ରାଜଧାନୀରୁ ୪୩୪ କୋଟିର ହିରୋଇନ ଜବତ

ରାଜଧାନୀ ଦିଲ୍ଲୀରୁ ୪୩୪ କୋଟିର ହିରୋଇନ ଜବତ ହୋଇଛି….

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ୪୩୪ କୋଟିର ହିରୋଇନ ଜବତ ହୋଇଛି । ଡାୟରେକ୍ଟେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ଦିଲ୍ଲୀରୁ ୪୩୪ କୋଟି ଟଙ୍କାର ହିରୋଇନ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଏହାକୁ ଏୟାର କାର୍ଗୋରୁ ଜବତ କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଏନେଇ ଡିଆରଇକୁ ଏକ ବିଶେଷ ସୂଚନା ମିଳିଥିଲା । ପରେ ମେ’ ୧୦ରେ ‘ବ୍ଲାକ ଏଣ୍ଡ ହ୍ୱାଇଟ’ ନାମକ ଏକ ଅଭିଯାନ ଆରମ୍ଭ ହୋଇଥିଲା । ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ୫୫ କିଲୋ ହିରୋଇନ ଜବତ କରିଥିଲା ।