ଗୋଟିଏ ପରିବାର ଗୋଟିଏ ଟିକେଟ ନିୟମ ଆପଣାଇବ କଂଗ୍ରେସ!

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରେ କଂଗ୍ରେସ କମିଟି…

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରେ କଂଗ୍ରେସ କମିଟି । ଆସନ୍ତା ମେ’ ୧୩ରୁ ୧୫ ମଧ୍ୟରେ ଏକ ବୈଠକ ଉଦୟପୁରରେ ଅନୁଷ୍ଠିତ ହେବାକୁ ଯାଉଛି । ସୂଚନା ଅନୁସାରେ କଂଗ୍ରେସ ‘ଗୋଟିଏ ପରିବାର ଗୋଟିଏ ଟିକେଟ’ ନିୟମ ଆପଣାଇବ । ଏତଦବ୍ୟତୀତ ‘ଏକ ବ୍ୟକ୍ତି ଏକ ପଦ’ ନିୟମ ଉପରେ ମଧ୍ୟରେ ଗୁରୁତ୍ୱାରୋପ କରାଯିବ । ସେହିପରି କଂଗ୍ରେସ କମିଟିରେ ଦଳିତ, ଆଦିବାସୀ, ଅଳ୍ପସଂଖ୍ୟକ ଓ ମହିଳାକୁ ୫୦% ଭାଗ ଦିଆଯିବା ସହ କଂଗ୍ରେସ କମିଟିର କାର୍ଯ୍ୟକାଳ ୩ବର୍ଷ ନିର୍ଦ୍ଧାରଣ କରାଯାଇପାରେ ବୋଲି ସୂଚନା ମିଳିଛି । ଏନେଇ ଅନୁଷ୍ଠିତ ହୋଇଥିବା କଂଗ୍ରେସ ୱାର୍କିଂ କମିଟି ବୈଠକରେ ଚର୍ଚ୍ଚା ହୋଇଛି ବୋଲି ଜଣାପଡିଛି ।