ଲଙ୍କାରେ ହିଂସା: ପ୍ରଦର୍ଶନକାରୀଙ୍କୁ ଦେଖିଲେ ଗୁଳି ମାରିବାକୁ ନିର୍ଦ୍ଦେଶ

ଶ୍ରୀଲଙ୍କାରେ ଦିନକୁଦିନ ସ୍ଥିତି ବିଗିଡିବାରେ ଲାଗିଛି….

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଦିନକୁଦିନ ସ୍ଥିତି ବିଗିଡିବାରେ ଲାଗିଛି । ଏହାମଧ୍ୟରେ ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି । ହିଂସା କରୁଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି ମାରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଦେଶର ଭିନ୍ନ ଭିନ୍ନ ସହରରେ ହେଉଥିବା ରକ୍ତାକ୍ତ ସଂଘର୍ଷ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବିରୋଧରେ ଗତ କିଛି ସପ୍ତାହ ହେବ ପ୍ରଦର୍ଶନ ଜାରି ରହିଥିଲା । ଇତିମଧ୍ୟରେ ଦେଶରେ ହିଂସା ବଢିବାକୁ ଲାଗିଥିଲା ଯାହା ଫଳରେ ଜଣେ ସାଂସଦଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦ଜଣ ଆହତ ହୋଇଥିବା ଜଣାପଡିଥିଲା ।