ଏଣିକି ଟ୍ରେନରେ ମା ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

ଭାରତୀୟ ରେଳବାଇ ନିଜ ଯାତ୍ରୀଙ୍କ ଯାତ୍ରାକୁ ସୁବିଧା କରିବା ପାଇଁ ନୂଆ ନୂଆ ପ୍ରୟାସ…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ନିଜ ଯାତ୍ରୀଙ୍କ ଯାତ୍ରାକୁ ସୁବିଧା କରିବା ପାଇଁ ନୂଆ ନୂଆ ପ୍ରୟାସ କରିଥାଏ । ଏହିକ୍ରମରେ ରେଳବାଇ ନିଜ ଯାତ୍ରୀଙ୍କ ଯାତ୍ରାକୁ ସୁବିଧା କରିବା ପାଇଁ ‘ବେବି ବର୍ଥ’ ସୁବିଧା ଯୋଡି ହେଇଛି । ଫଳରେ ଛୋଟ ଶିଶୁଙ୍କ ସହ ଯାତ୍ରା କରୁଥିବା ମା’ଙ୍କୁ ଆଉ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନି । ଆଗାମୀ ଦିନରେ ସବୁ ଟ୍ରେନରେ ବେବି ବର୍ଥ କରିବାକୁ ରେଲୱେ ଆଶା ରଖିଛି । ଯଦି କିଛି ଟ୍ରେନକୁ ଚୟନ କରି ବେବି ବର୍ଥ ଲଗାଯାଏ ତେବେ ଏହାକୁ ବୁକ୍‌ କରିବା ପାଇଁ ଯାତ୍ରୀଙ୍କୁ ଏକ ବିକଳ୍ପ ଦିଆଯିବ । ଫଳରେ ସେମାନେ ବେବି ବର୍ଥକୁ ଚୟନ କରିପାରିବେ । ସେହିପରି ଯେପର୍ଯ୍ୟନ୍ତ ଏହି ବିକଳ୍ପ ଆସିନାହିଁ ସେପେର୍ଯ୍ୟନ୍ତ ମେଲର ଟିକେଟ ଯାଞ୍ଚ କରୁଥିବା ଅଧିକାରୀଙ୍କୁ କହି ଯାତ୍ରୀ ବେବି ବର୍ଥ ବିକଳ୍ପ ମାଗିପାରିବେ ।