୮ ବର୍ଷର ନାବାଳିକାକୁ ଛାଡ଼ିଲେନି ଦୁଇଜଣ ନାବାଳକ

ବାରାବଙ୍କି: ପାଟିରୁ ସବୁ ଦୁଧଦାନ୍ତ ଝଡ଼ିନି । ମାତ୍ର ୧୩ ଓ ୧୪ ବର୍ଷ ବୟସରେ ପଦାର୍ପଣ କରିଥିବା ଦୁଇଜଣ ନାବାଳକ ଜଣେ ୮ ବର୍ଷର ଝିଅକୁ ଏକୁଟିଆ ପାଇ ଗଣଦୁଷ୍କର୍ମ କରିଛନ୍ତି ।

ପାଠପଢ଼ା ବୟସରେ ଜଘନ୍ୟ କାଣ୍ଡ କରି ପୁଲିସ ହାତରେ ଧରାପଡ଼ିଛନ୍ତି । ୟୁପିର ବାରାବଙ୍କି ଅଂଚଳରେ ଏହି ଘଟଣାଟି ଘଟିଛି । ଟିକି ଝିଅଟି ସୋରିଷ କ୍ଷେତ ହିଡ଼ରେ ଯାଉଥିବା ସମୟରେ ଦୁଇ ଅଭିଯୁକ୍ତଙ୍କ ଦୃଷ୍ଟିରେ ପଡ଼ିଥିଲା ।

ଝିଅଟିକୁ ଦେଖିବା ମାତ୍ରେ ସେମାନଙ୍କ ମନରେ ଦୁଷ୍ଟାମି ପ୍ରବେଶ କରିଥିଲା । ଆଗପଛ ବିଚାର ନକରି ମାଡ଼ିବସିଲେ ଝିଅଟିକୁ; ନେଇଗଲେ ସୋରିଷ କ୍ଷେତ ମଝିକୁ । ଦୁଷ୍କର୍ମ କରି ପଳାୟନ କରିଥିଲେ ।

ବିଚାରି ଝିଅଟି ଚେତାଶୂନ୍ୟ ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକମାନେ ଝିଅଟିକୁ ସାଷ୍ଟାଙ୍ଗ କରାଇ ତା’ର ବାପାମାଙ୍କ ନିକଟରେ ପହଂଚାଇ ଦେଇଥିଲେ । ଝିଅଟି ମୁହଁରୁ ସବୁ କଥା ଶୁଣି ବାପାମା’ ଥାନାରେ ପହଂଚି ଅଭିଯୋଗ କରିଥିଲେ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ବଡ଼ କୁଖ୍ୟାତ ଅପରାଧିଙ୍କୁ ଏନକାଉଂଟର କରି ୟୁପିକୁ ଅପରାଧମୁକ୍ତ କରିବାକୁ ବସିଥିଲା ବେଳେ ନାବାଳକ ଅପରାଧିଙ୍କୁ କିପରି ମୁକାବିଲା କରିବେ?