କମିଶନରେଟ ପୋଲିସ ହାତରେ ଧରା ପଡିଲେ ଆଞ୍ଜେଲ ପିହୁ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): କମିଶନରେଟ ପୋଲିସ ହାତରେ ଧରା ପଡିଲେ ଆଞ୍ଜେଲ ପିହୁ । ନିଜକୁ ପ୍ରତିଷ୍ଠିତ କଲେଜର କର୍ମଚାରୀ କିମ୍ବା ଇନ୍ସୁରାନ୍ସ ଏଜେଣ୍ଟ କହି ହ୍ୱାଟସଆପରେ ଚାଟିଙ୍ଗ କରୁଥିଲେ ଓ ମିଠା ମିଠା କଥା କହି ପ୍ରେମ ସମ୍ପର୍କ ବଢାଉଥିଲେ । ସମସ୍ତ ତଥ୍ୟ ନେଇ ସାରିବା ପରେ ରାତିରେ ଘରକୁ ଯଇ କିଛି ସମୟ ବିତେଇବା ପରେ ସାଥିରେ ନେଇଥିବା ଅଭଡାରେ ନିଶା ଦେଇ ଘରେ କଳାକନା ବୁଲାଉଥିଲେ ଆଞ୍ଜେଲ ପିହୁ ।

ସହିଦ ନଗର ଥାନାରେ ଏନେଇ ବାଙ୍କୁଆଳର ଜଣେ ବ୍ୟକ୍ତି ଅଗଷ୍ଟ ୧୫ ତାରିଖିରେ ଅଭିଯୋଗ ଆଣିଥିଲେ । ଆଉ ତାରେ ତଦନ୍ତ ଆରମ୍ଭ କର୍ତ୍ତାଥିଲା ପୋଲିସ ।ଆଞ୍ଜେଲ ପିହୁ, ପୁରା ନାମ ପିହୁ ବିଶ୍ୱାସ । ଘର କଲିକତାରେ ହେଲେ ରୁହନ୍ତି ପୁରୀରେ । ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳରେ ରହୁଥିବା ଜଣେ ବ୍ୟକ୍ତିସହ ପ୍ରଥମେ ଚାଟିଙ୍ଗ କରି ବନ୍ଧୁତା ଓ ପ୍ରେମ ସମ୍ପର୍କ ସ୍ଥାନ କରିଥିଲେ । ଆଉ ମିଠା ମିଠା କଥାରେ ଏକୁଟିଆର ସୁଯୋଗ ନେଇ ରାତିରେ ସେହି ବ୍ୟକ୍ତିଙ୍କ ଘରକୁ ଯାଇଥିଲେ । କିଛି ସମୟ ଅତିବାହିତ କରିବା ପରେ ପୁରୀରୁ ପ୍ରସାଦ ଆଣିଛି କହି ଶେବନ କରିବାକୁ ଦେଇଥିଲୋ ମାତ୍ର ପ୍ରସାଦରେ ନିଶା ଦେଇ ଉକ୍ତ ବ୍ୟକ୍ତିଙ୍କୁ ବେହୋସ କରିଦେଇଥିଲେ । ଆଉ ସେହି ବ୍ୟକ୍ତିଙ୍କ ଘରୁ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଓ ଏଟିଏମ ଚୋରି କରି ନେଇଥିଲେ । ଶେଷରେ ପୋଲିସ ଆଞ୍ଜେଲ ପିହୁକୁ ପୁରୀରୁ ଗିରଫ କରିଛିା