ବାବୁଲି ହତ୍ୟା ଉଦ୍ୟମ ଘଟଣା: ୫ ଗିରଫ, ବନ୍ଧୁକ, ବାଇକ ଓ କାର ଜବତ

  • କେନ୍ଦ୍ରାପଡ଼ା (ଏସ୍‌ ନ୍ୟୁଜ): କେନ୍ଦ୍ରାପଡାର ବହୁଚର୍ଚ୍ଚିତ ବାବୁଲି ମହାରଣା ହତ୍ୟା ଉଦ୍ୟମ ଘଟଣାରେ କେନ୍ଦ୍ରାପଡା ସ୍ପେଶାଲ ସ୍କ୍ୱାର୍ଡ଼ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ଗୋଟିଏ ରିଭଲବର, ଗୋଟିଏ କାର, ଗୋଟିଏ ବୋଲେରୋ , ୨ଟିି ମୋଟର ସାଇକେଲ, ୫ଟି ମୋବାଇଲ ଜବତ କରିଛି ପୁଲିସ।
    ତେବେ ବାବୁଲି ମହାରଣାଙ୍କ ସୁରକ୍ଷାକର୍ମୀଙ୍କ ଗୁଳି ମାଡରେ ଆହତ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଚିକିତ୍ସା କରିଥିବା କଟକ ଜିଲ୍ଲା ଅସୁରେଶ୍ୱରସ୍ଥିତ ସାହ ନର୍ସିଂହୋମକୁ ସିଲ କରିଛି। ଅଭିଯୁକ୍ତଙ୍କ ଗିରଫଦାରିକୁ ନେଇ କେନ୍ଦ୍ରାପଡା ଏସପି ମଦକର ସମ୍ବିତ ସମ୍ପଦ ସୂଚନା ଦେଇଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ଏସପି ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗତ ଜୁଲାଇ ୧୪ ତାରିଖରେ ତିନିମୁହାଣୀ ବଜାର କମିଟି ସଭାପତି ବାବୁଲି ମହାରଣାଙ୍କୁ ତାଙ୍କ ଟ୍ରାକ୍ଟର ସୋ’ ରୁମରେ ପଶି ହତ୍ୟା ଉଦ୍ୟମ କରିଥିଲେ ଦୁଇ ଯୁବକ। ଏହା ପୂର୍ବରୁ ୨୦୧୯ ଜୁଲାଇ ମାସରେ ମଧ୍ୟ ବାବୁଲିଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା।