ପୁରୀ: ବୁଧବାର ସକାଳେ ପୁରୀ ରେଳ ଷ୍ଟେସନରେ ୱାସିଂ ଲାଇନର ରେଳ ଟ୍ରାକରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନୀଳାଚଳ ଏକ୍ସପ୍ରେସ ଟ୍ରେନ ତଳେ ମୃତଦେହଟି ଦେଖିବାକୁ ମିଳିଥିଲା ।
ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମୃତଦେହଟି ଏପରି ଅବସ୍ଥାରେ ମିଳିଥିଲା ଯେ ତାଙ୍କ ବେକରେ ଏକ ଗାମୁଛା ଗୁଡ଼ାଯାଇଥିଲା ଏବଂ ଗାମୁଛାର ଅନ୍ୟ ମୁଣ୍ଡଟି ଉପର ସ୍ଥାନରେ ବନ୍ଧା ହୋଇଥିଲା । ଏହାର ଅର୍ଥ ସେ ଆତ୍ମହତ୍ୟା କରିଥାଇପାରନ୍ତି କିମ୍ବା ଅନ୍ୟ କେହି ତାଙ୍କୁ ହତ୍ୟା କରି ମୃତଦେହକୁ ସେଠାରେ ଫିଙ୍ଗି ଦେଇଥାଇପାରନ୍ତି ।
ସନ୍ଦେହ କରାଯାଉଛି ଯେ କୌଣସି ଦୁର୍ବୃତ୍ତ ମୃତଦେହକୁ ଏଠାକୁ ଆଣି ଫିଙ୍ଗି ଦେଇଥାଇପାରନ୍ତି । ସେହି ବ୍ୟକ୍ତି କିପରି ୱାସିଂ ଲାଇନକୁ ଆସିଲେ ତାହା ଏବେ ଆଲୋଚନା ହେଉଛି । ସୂଚନା ପାଇବା ପରେ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।