ସଦର ପୁଲିସ୍ ପକ୍ଷରୁ ପାଟ୍ରୋଲିଂ ବେଳେ ବୋଲେରୋ ସହ ଗଞ୍ଜେଇ ଜବତ : ୨ଗିରଫ

Cannabis seized with bolero while on patrol by police

କନ୍ଧମାଳ: କନ୍ଧମାଳ ଜିଲା ଫୁଲବାଣୀ ସଦର ପୁଲିସ୍ ପକ୍ଷରୁ ବିଶିପଡ଼ା-କଟ୍ରିଙ୍ଗିଆ ରାସ୍ତାରେ ତନଖି ବେଳେ ଏକ ମହିନ୍ଦ୍ରା ପିକଅପ୍ ବୋଲେର ଓଡି-୦୨-ବିଏମ-୯୩୪୯ ରୁ ୧୦୭ କେଜି ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ପୁଲିସ୍ ଉକ୍ତ ରାସ୍ତାରେ ଯାଞ୍ଚ କରିଥିଲା।

ଗାଡ଼ି ଯାଞ୍ଚ ବେଳେ ବୋଲେରୋରୁ ୧୦୭କିଲୋ ଗଞ୍ଜେଇ ମିଳିଥିଲା। ସେହି ଗଞ୍ଜେଇକୁ ଜବତ କରିବା ସହ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ମାନେ ହେଲେ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ସାଡ଼ିଙ୍ଗିଆ ପଞ୍ଚାୟତର ଚିକିନ୍ ଦିଗାଲ ଓ ଅନାମିକା ଦିଗାଲ ବୋଲି ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

ସଦରଥାନା ଏସଆଇ ସମ୍ବିତ୍ ବେହେରାଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିବା ବେଳେ ଏନେଇ କେସ ନଂ ୯୯/୨୨ରେ ଏକ ମାମଲା ରୁଜୁକରି ଗିରଫ ଦୁଇଜଣକୁ କୋର୍ଟ ଚାଲାଣ କରାଯିବା ସହିତ ବୋଲେରୋ ଗାଡିଜୁ ଜବତ କରାଯାଇଥିବା ତଦନ୍ତ ଅଧିକାରୀ ଲକ୍ଷ୍ମୀଧର ଖୁଣ୍ଟିଆ ସୂଚନା ଦେଇଛନ୍ତି।