କଟକରୁ ନକଲି ଗୁଟ୍‌ଖା କାରଖାନା ଠାବ

କଟକ: କଟକର ବକ୍ସିବଜାର ଅଂଚଳରୁ ଗୋଟିଏ ନକଲି ଗୁଟ୍‌ଖା କାରଖାନା ଠାବ କରିଛି ପୁଲିସ । କ୍ୟାଂଟନମେଂଟ ପୁଲିସ ପକ୍ଷରୁ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା । ପ୍ରଶିକ୍ଷିତ ପୁଲିସ ଟିମ ସଂପୃକ୍ତ ସ୍ଥାନରୁ ୧୦୪ଟି ନକଲି ଗୁଟଖା କଂଟେନର ଓ ୨୨ଟି ଗୁଟ୍‌ଖା ପାଉଚ୍‌ ଜବତ କରିବା ସହିତ ଦୁଇଜଣ ଅଭିଯୁକ୍ତ ରାକେଶ ପୃଷ୍ଟି ଓ ଶେଖ ସାହିଦଙ୍କୁ ଗିରଫ କରିଛି ।

ଲକ୍ଷାଧିକ ଟଙ୍କାର ନକଲି ତମାଖୁଜାତ ଦ୍ରବ୍ୟ ଜବତ କରିଛି । ବହୁ ନାମୀଦାମୀ ତମାଖୁ କମ୍ପାନୀ ନାମ ବ୍ୟବହାର କରି ଦୁଇ ଅଭିଯୁକ୍ତ ବଜାରକୁ ଛାଡୁଥିଲେ ଓ ପ୍ରଚୁର ଲାଭ ପାଉଥିଲେ ।