ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଗୁଳି କାଣ୍ଡ: ଛାନଭିନ୍‌‌ ଆରମ୍ଭ କଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବ୍ରୋଥା

କ୍ରାଇମବ୍ରାଞ୍ଚ ଟିମ୍‌‌ ସହ ଘଟଣା ସ୍ଥଳରେ ଫୋରେନସିକ୍‌‌ ଟିମ୍‌‌ର ଛାନବିନ୍‌‌ ..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ଝାରସୁଗୁଡାରେ ପହଞ୍ଚି ସାରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବ୍ରୋଥା। ଭୁବନେଶ୍ୱରରୁ ହେଲିକପ୍ଟରରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚି ସାରିଛନ୍ତି। ତଦନ୍ତ ପାଇଁ ଏଡିଜି ବ୍ରୋଥାଙ୍କ ସହ ଉତ୍ତରାଞ୍ଚଳ ଆଇଜି ମଧ୍ୟ ସାମିଲ ଅଛନ୍ତି।

ଖୁବ ଶୀଘ୍ର ଏହି ଗୁଳିକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ରାଇମବ୍ରାଞ୍ଚ ଟିମ୍‌‌ ସହ ଘଟଣା ସ୍ଥଳରେ ଫୋରେନସିକ୍‌‌ ଟିମ୍‌‌ର ଛାନଭିନ୍‌‌ ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି।

ଗତ କାଲି ଦିନ ଦ୍ୱିପ୍ରହରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ତେବେ ହତ୍ୟା କାରୀ ଆଉ କେହି ନୁହେଁ ବରଂ ଜଣେ ପୋଲିସ ଏଆଇସି ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲାରେ ଝାରସୁଗୁଡା ଏସପି କାର୍ୟ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେ।ଇଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବ୍ରୋଥା , ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଓ ଝାରସୁଗୁଡା ଏସପି ରାହୁଲ ଜୈନ ବୈଠକରେ ସାମିଲ ଅଛନ୍ତି।