ଇଡି କାର୍ଯ୍ୟାଳୟରେ ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ କରୁଛି ଇଡି । ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ । ଇଡିର ସମନ ପରେ ଶିବ ପ୍ରସାଦ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଥିବା ସୂଚନା ମିଳିଛି । ଅର୍ଚ୍ଚନାଙ୍କ ସହ ଟଙ୍କା ନେଣଦେଣ ଓ ସମ୍ପର୍କକୁ ନେଇ ଇଡି ଶିବଙ୍କୁ ଜେରା କରିବ । ପୂର୍ବରୁ ଘଟଣାରେ ବ୍ୟବସାୟୀ, ପ୍ରେଯୋଜକ ଓ ସହଯୋଗୀଙ୍କୁ ଇଡି ପକ୍ଷରୁ ସମନ ହୋଇଥିବା ବେଳେ ସେମାନଙ୍କୁ ଜେରା ମଧ୍ୟ କରାଯାଇଛି । ଘଟଣାରେ ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ସହଯୋଗୀ ଶ୍ରଦ୍ଧାଞ୍ଜଳି ଓ ଜଣେ ନେତାଙ୍କ ଭାଇକୁ ଜେରା କରିଥିଲା ଇଡି ।

ଗତକାଲି ଖଗେଶ୍ୱରଙ୍କ ସହଯୋଗୀ ଚନ୍ଦନ ମଧ୍ୟ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ନାଗ ଦମ୍ପତିଙ୍କ ସହ ଚନ୍ଦନଙ୍କ ସମ୍ପର୍କ ଓ ଟଙ୍କା କରବାରକୁ ନେଇ ପ୍ରଶ୍ନ କରିଥିଲା ଇଡି । ସେହିପରି ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ । ତାଙ୍କୁ ମଧ୍ୟ ଏହି ଘଟଣାରେ ଅନେକ ପ୍ରଶ୍ନ ଇଡି ପଚରାଉଚରା କରିବ ।