ନାବାଳିକା ଦୁଷ୍କର୍ମ ମାମଲା : ୧୦ ବର୍ଷ ଜେଲ ଓ ୨ ଲକ୍ଷ ଟଙ୍କା ଜରିମାନା

ଅଭିଯୁକ୍ତ ଜଣକ ହେଲେ କରନ କୁମାର କହଁର(୨୨) । ସୂଚନା ପ୍ରକାରେ , ଅଭିଯୁକ୍ତ କରନ ଗତ..

କନ୍ଧମାଳ: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଅଂଚଳରେ ଗତ ୨୦୧୯ ମସିହାରେ ସଂଘଟିତ ଏକ ନାବାଳିକା ଦୁଷ୍ମର୍ମ ମାମଲାର ଶୁଣାଣି କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଏଥିସହ ଦୋଷୀକୁ ୨ ଲକ୍ଷ ଟଙ୍କାର ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ୨ ବର୍ଷ ଜେଲ ଭୋଗିବାକୁ ମଧ୍ୟ ଅଦାଲତ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୁକ୍ତ ଜଣକ ହେଲେ କରନ କୁମାର କହଁର(୨୨) । ସୂଚନା ପ୍ରକାରେ , ଅଭିଯୁକ୍ତ କରନ ଗତ ୨୦୧୯ ମସିହା ଜାନୁୟାରୀ ୫ ତାରିଖ ଦିନ ନାବାଳିକାକୁ ଅପହରଣ କରି କେରଳ ନେଇ ଯାଇଥିଲା । ସେଠାରେ ଏକ କମ୍ପାନୀରେ କାମ କରୁଥିବା କରନ ନାବାଳିକା ସହ ତାର ଇଚ୍ଛା ବିରୋଧରେ ଶାରୀରିକ ସଂପର୍କ ରଖିଥିଲା । ଏ ନେଇ ପୀଡିତାର ବାପା ଟିକାବାଲି ଥାନାରେ ଏତାଲା ଦେଇଥିଲେ। ଏତାଲା ଅନୁସାରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ପ୍ରକାରେ, ପୁଲିସ ଅଭିଯୁକ୍ତର ପିିତା ମାତାଙ୍କୁ ଥାନାରେ ଅଟକ ରଖିବା ପରେ ସେ ପୀଡିତାକୁ ନେଇ ଗ୍ରାମକୁ ଫେରିଥିଲା । ଏହା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ଶୁଣାଣି କରି ପୋକସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ୧୨ ଜଣ ସାକ୍ଷୀଙ୍କ ବୟାନ ଓ ଡ଼ାକ୍ତରୀ ମାଇନା ଅନୁସାରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ।