ଗଞ୍ଜାମ(ସାକ୍ସୀ ନ୍ୟୁଜ୍): ଧରାକୋଟ ଥାନା ଅନ୍ତର୍ଗତ ଜଗମୋହନ ପଞ୍ଚାୟତର ନନ୍ଦିଘୋର ଗ୍ରାମରେ ବାଡ଼ି ପଟ କବାଟ ଭାଙ୍ଗି ଚୋରୀ କରିଛନ୍ତି ଦୁର୍ବୁତ୍ତ । ଘରେ କେହି ନଥିବା ସୁଯୋଗ ନେଇ ଘରପଛ କବାଟ ଭାଙ୍ଗି ଗ୍ରାମର ସଦାନନ୍ଦ ପତି ନାମକ ଜଣେ ବ୍ୟକ୍ତିଙ୍କ ଘରୁ ତିନି ଭରି ସୁନା ,କୋଡ଼ିଏ ଭରି ରୂପା ଓ ନଗଦ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।
ସୂଚନା ଅନୁସାରେ ସଦାନନ୍ଦ ପତି ତାଙ୍କ ପରିବାର ସହ ତିନି ଦିନ ହେଲା ନିଜ ଶଶୁର ଘରକୁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଚୋର ମାନେ ଘର ପଛ କବାଟ ଭାଙ୍ଗି ଘର ଭିତରେ ଥିବା ଆଲମାରୀ ରୁ ୨ ଭରିର ରାଣୀହାର,ଏକ ଭରି ଓଜନର ମଙ୍ଗଳ ସୁତ୍ର ସମେତ ୨୦ ଭରିର ରୂପା ଅଳଙ୍କାର,ନଗଦ ୭୫ ହଜାର ଟଙ୍କା ଘରର ଅନ୍ୟାନ୍ୟ ଦାମୀ ଆସବା ପତ୍ର ଚୋରି କରି ନେଇଯାଇଛନ୍ତି।
ସକାଳୁ ଘର କବାଟ ଖୋଲା ରହିଥିବା ନେଇ ପଡୋଶୀଘର ଲୋକେ ଖବର ଦେବା ପରେ ସଦାନନ୍ଦ ପତି ଓ ତାଙ୍କ ପରିବାରର ଲୋକେ ଘରକୁ ଫେରି ଥିଲେ ।ଘରୁ ଚୋରି ହୋଇଥିବା ନେଇ ଜାଣିବା ପରେ ଧରାକୋଟ ଥାନା ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗଞ୍ଜାମରୁ ପାଣିଗ୍ରାହୀଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।