ନୂଆଦିଲ୍ଲୀ: ଗୁରୁବାର ଦିନ ନୂଆଦିଲ୍ଲୀ ପୁଲିସ କୁଖ୍ୟାତ ହିଜବୁଲ ଆତଙ୍କୀ ଜାଭେଦ ମଟ୍ଟୁକୁ ଗିରଫ କରିଛି । ତା’ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଜମ୍ମୁ-କଶ୍ମୀରରେ ସଂଘଟିତ ବହୁ ଆତଙ୍କୀ ହମଲାରେ ତା’ର ହାତ ରହିଛି ବୋଲି ପୁଲିସ କହିଛି । ସୂଚନା ମୁତାବକ ହିଜବୁଲ କମାଣ୍ଡର ଜାଭେଦ ଅହମ୍ମଦ ମଟ୍ଟୁ ପ୍ରକୃତରେ ସୋପୋର ବାସିନ୍ଦା । ସେ ଏକାଧିକ ବାର ପାକିସ୍ତାନ ଯାଇଛି । ନିକଟରେ ସେ ସୋପୋରରେ ତା’ ଭାଇ ଘର ଉପରେ ତ୍ରିରଙ୍ଗା ଉଡ଼ାଇ ଚର୍ଚ୍ଚାର ପାତ୍ର ବନିଥିଲା । ପୁଲିସ ତା’ ନିକଟରୁ ଗୋଟିଏ ପିସ୍ତଲ, ମାଗାଜିନ ଓ ଚୋରାଗାଡ଼ି ଜବତ କରିଛି ।