ବିଜେପି ଶାସନକୁ ଖୋଲା ଚାଲେଞ୍ଜ: ମୁଖ୍ୟ ଅଭିଯୁକ୍ତ ମାନିଲା, ବିଲ୍ଡରକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ଲୁଚାଇଥିଲା ଧାରୁଆ ଅସ୍ତ୍ର

ବିଜେପି ମୁଣ୍ଡ ଉପରେ ଏବେ ଝୁଲୁଛି ଶାସନର ଶାଣିତ ଖଣ୍ଡା । ରାଜଧାନୀରେ ବିଲଡରଙ୍କୁ ହତ୍ୟା କରି ଅଭିଯୁକ୍ତମାନେ ବିଜେପି ଶାସନକୁ ଏକପ୍ରକାର ଖୋଲା ଚାଲେଞ୍ଜ କରିଛନ୍ତି । ବିଜେଡି ଭଳି ବିଜେପି ଶାସନକୁ ଆଦୌ ଡରୁନାହାନ୍ତି ଅସାମାଜିକ ଗୋଠ ।

ମଙ୍ଗଳବାର ଦିନ ମୁଖ୍ୟ ଅଭିଯୁକ୍ତ ଦେବଦତ ପରିଡାକୁ ଧରି ପୁଲିସ ଜାମୁକୋଳି ନିକଟ କାଜୁ ଜଙ୍ଗଲକୁ ଯାଇଥିଲା । ଏୟାର୍ ଫିଲ୍ଡ ଥାନା ପୁଲିସ ସଂପୃକ୍ତ ମାମଲାର ତଦନ୍ତ କରୁଛି । ସହ ଅଭିଯୁକ୍ତଙ୍କ ସହ ମିଶି ମୁଖ୍ୟ ଅଭିଯୁକ୍ତ କିପରି ଭାବେ ଠିକାଦାର ସସ୍ମିତ ବିଶ୍ୱାଳକୁ ପିଟିପିଟି ହତ୍ୟା କରିଥିଲେ, ସଂପୃକ୍ତ ଅପରାଧିକ ଘଟଣାର ସିଂହାବଲୋକନ କରିଥିଲା ।

ଘଟଣାଟି ଏପ୍ରିଲ ୧୧ ତାରିଖରେ ଘଟିଥିଲା । ଜଣେ ହୋମ୍‌ଗାର୍ଡଙ୍କ ସମେତ ୫ ଜଣ ଅଭିଯୁକ୍ତ ମିଶି ସସ୍ମିତକୁ କାବୁ କରି ନେଇଥିଲେ । ତାଙ୍କୁ କାଜୁ ଜଙ୍ଗଲ ଭିତରେ ପିଟି ପିଟି ଲହୁଲୁହାଣ କରିଥିଲେ । ମାତ୍ରାଧିକ ରକ୍ତ ବହିବା କାରଣରୁ ଠିକାଦାରଙ୍କୁ ବଂଚାଇବା ସମ୍ଭବପର ନଥିଲା । ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଜେରା କରିବା ପରେ ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ରକୁ ଜବତ କରି ଲାବକୁ ପଠାଇଛି ।

ମଙ୍ଗଳବାର ଦିନ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କଥା ହାସଲ କରିପାରିଛି । ତାହା ହେଉଛି, ସସ୍ମିତକୁ ଜଙ୍ଗଲ ଭିତରକୁ ନେଇ ହତ୍ୟା କରିବା ମତଲବରେ ଅଭିଯୁକ୍ତମାନେ ବହୁ ପୂର୍ବରୁ ଜଙ୍ଗଲ ଭିତରେ ଧାରୁଆ ଅସ୍ତ୍ର ଲୁଚାଇ ରଖିଥିଲେ ।