ଧଳାଜହର ବିକ୍ରି ଅଭିଯୋଗରେ ବାପା-ମା’ ଓ ପୁଅ ଗିରଫ

ଢେଙ୍କାନାଳ: ବ୍ରାଉନସୁଗାର ଚୋରା ବ୍ୟବସାୟରେ ପୁରା ପରିବାର । ଏଭଳି ସୂଚନା ପାଇ ଅଚାନକ ଟାଉନ ଥାନା ଅଧିକାରୀ ନମିତା ନାୟକ ସଦଳବଳ ଢେଙ୍କାନାଳ ସହରର ବାଜିଚୌକ ଅଂଚଳର ଅଭୟ ବେହେରାଙ୍କ ଘରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ବିକ୍ରି ପାଇଁ ଛୋଟ ଛୋଟ ପୁଡ଼ିଆ କରୁଥିବାବେଳେ ଅଭୟ ବେହେରା, ତାଙ୍କ ପତ୍ନୀ ବଦାନୀ ବେହେରା ଓ ପୁଅ ଦିଲେଶ୍ବର ବେହେରାଙ୍କୁ ଗିରଫ କରିଛି । ତାଙ୍କଠାରୁ ପୋଲିସ ୧୩ ଗ୍ରାମ ୭୩ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଛି ।