160×600
160×600

ବ୍ୟବସାୟୀଙ୍କଠାରୁ ୧୭ଲକ୍ଷ ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୋମାବର ଦିନ ଲଙ୍ଗ ଲାଇଫ୍ ଟ୍ରେଟର୍ସର ମାଲିକଙ୍କ ଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ହିଲ ଭିଉ ହୋଟେଲ ନିକଟରେ ଥିବା ଆକ୍ସିସ୍ ବ୍ୟାଙ୍କକୁ ଟଙ୍କା ଡିପୋଜଟ୍ କରିବାକୁ ଯାଉଥିଲେ । ଏହି ସମୟରେ ମୁଖା ପିନ୍ଧା ଲୁଟେରା ଏକ ପଲସର ଗାଡି ଆସି ତାଙ୍କ ଠାରୁ ଟଙ୍କା ବ୍ୟାଗ୍ ଛଡାଇ ନେଇଥିଲେ । ଏନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଏପର୍ଯ୍ୟନ୍ତ ପୋଲିସ ସେ ଲୁଟେରାମାନଙ୍କୁ ଧରିବାରେ ବିଫଳ ହୋଇଛି ।