୯୦ଲକ୍ଷ ଟଙ୍କାର ଧଳାଜହର ଜବତ

ପୁରୀ: ରାଜ୍ୟରେ ଥମୁନି ଧଳାଜହର କାରବାର । ବିଭିନ୍ନ ଜିଲ୍ଲାରେ ଧଳାଜହର କାରବାର ବଢ଼ିବାରେ ଲାଗିଛି । ଆଜି ପୁରୀର ମଙ୍ଗଳା ଘାଟରୁ ୮୯୦ ଗ୍ରାମ୍‌ ଧଳାଜହର ଜବତ ହୋଇଛି । ବାସେଳୀସାହି ଥାନା ପୁଲିସ ଓ ଏସଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇ ଧଳାଜହର ଜବତ କରାଯାଇଛି ।

ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୯୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ ମଧ୍ୟ ରାଜ୍ୟର ରାଜଧାନୀ ସମେତ ଅନେକ ସ୍ଥାନରେ ଧଳାଜହର ଜବତ ହୋଇଥିବା ବେଳେ କିଛି ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି । ତଥାପି ରାଜ୍ୟରେ ଧଳାଜହର କାରବାର ଥମିବାରେ ନାଁ ନେଉନାହିଁ । ପୁଲିସ ମଖ୍ୟ କାରବାରର ପର୍ଦ୍ଦାଫାସ କରିପାରୁନଥିବା ଦେଖିବାକୁ ମିଳୁଛି ।