ଜଗତସିଂହପୁର ଜିଲ୍ଲାରେ ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଆଜି ଜଗତସିଂହପୁର ଯୋଗଧାରୀ ନିକଟରୁ….

ଜଗତସିଂହପୁର: ରାଜ୍ୟରେ ତଥା ଦେଶରେ ନିଶାଧାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୋଲିସ ଏହି ଦିଗରେ ସଚେତନ ରହିଥିଲେ ମଧ୍ୟ ଏହି ପରିସ୍ଥିତି ଅଣାୟତ୍ତ ଅବସ୍ଥାରେ ଗତି କରୁଛି । ତେବେ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ଆଜି ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ କରାଯାଇଥିବା କଥା ସାମ୍ନାକୁ ଆସିଛି ।

ବର୍ତ୍ତମାନ ନୂଆ ପିଢିଙ୍କ ମଧ୍ୟରେ ବ୍ରାଉନସୁଗର ସେବନ ଏକ ଫ୍ୟାସନରେ ପରିଣତ ହୋଇଯାଇଥିବା ବେଳେ ଆଜି ଜଗତସିଂହପୁର ଯୋଗଧାରୀ ନିକଟରୁ ୧୨୨ଗ୍ରାମର ବ୍ରାଉନସୁଗର ଜବତ କରାଯାଇଛି । ଏହି ଘଟଣାରେ ଜଣେ ବେପାରୀ ଗିରଫ ହେବା ସହ ୫ହଜାର ଟଙ୍କା ଜବତ କରାଯାଇଛି । ନିକଟରେ, ଡ଼ିସେମ୍ବର ୧୧ତାରିଖ ଦିନ ଅବକାରୀ ବିଭାଗ ପୁରୀ ଗଙ୍ଗାରାମ ସାହିର ଦୁଇ ଯୁବକଙ୍କ ପାଖେ ୧୬୪ଗ୍ରାମର ବ୍ରାଉନସୁଗର ଜବତ କରାଯାଇଥିଲା । ସେହି ଯୁବକଙ୍କ ବୟସ ପ୍ରାୟତଃ ୧୮ରୁ ୧୯ ବର୍ଷ ଥିଲା । ଘଟଣାସ୍ଥଳରେ ପୋଲିସ ଏମାନଙ୍କୁ ଗିରଫ କରିଥିଲା ।