ସୋସିଆଲ ମିଡିଆ ମାୟା: ସ୍ୱାମୀକୁ ମାରିଦେଲେ ମହିଳା

ସୋସିଆଲ ମିଡିଆରେ ଭ୍ୟୁଜ, ଲାଇକ୍‌, ସବ୍‌ସ୍କ୍ରାଇବ ଓ ଶେୟାର ନିଶା ଏବେ ଭାରତର ଯୁବକ ଯୁବତୀ ଓ ମହିଳାଙ୍କୁ କବଳିତ କରିଛି । ସୋସିଆଲ ମିଡିଆରୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହଜ ମଣି ଅଧିକରୁ ଅଧିକ ଯୁବକ ଯୁବତୀ ଓ ମହିଳା ସାଂଘାତିକ ଅପରାଧ କରିବାକୁ ପଛାଉନାହାନ୍ତି ।

ବିହାର ନିବାସୀ ରାନୀ ଭାରତର ଲକ୍ଷାଧିକ ଯୁବକ ଯୁବତୀଙ୍କ ଭିତରୁ ଜଣେ ଯେ ରିଲ ଦୁନିଆ ମୋହରେ ପଡ଼ି ବାସ୍ତବ ଜୀବନକୁ କଳଙ୍କିତ କରିଦେଲେ । ଅଭିନୟର କୁହୁକ ଦେଖାଇ ସୋସିଆଲ ମିଡିଆରେ ଲୋକପ୍ରିୟ ହେବାକୁ ପ୍ରୟାସ କରୁଥିଲେ ।

ବିବାହିତା ରାନୀର ଉଚ୍ଚାଭିଳାଷ ବାଟରେ ପ୍ରତିବନ୍ଧକ ହେଲେ ତାଙ୍କ ସ୍ୱାମୀ ମହେଶ୍ୱର ।   ରିଲ ନ କରିବା ପାଇଁ ସ୍ୱାମୀ ବାରଣ କରିବାରୁ ରାନୀ ତାଙ୍କୁ ଜୀବନରୁ ମାରିଦେବା ପାଇଁ ପରିବାର ସହିତ ମିଶି ଯୋଜନା କରିଥିଲେ । ରିଲ ତିଆରି କରିବା ବାହାନାରେ ରାନୀ ଏକାଧିକ ଯୁବକଙ୍କ ସହିତ ମିଳାମିଶା କରୁଥିଲେ ଯାହାକୁ ମହେଶ୍ୱର ପ୍ରତିବାଦ କରୁଥିଲେ ।