ସବୁଠାରୁ ଶକ୍ତିଶାଳୀ ନିର୍ବାଚିତ ସରକାର

ଗଣତନ୍ତ୍ରରେ ନିର୍ବାଚିତ ସରକାର ସବୁଠାରୁ କ୍ଷମତାଶାଳୀ । ଖାସ ସେଇଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ରାତିରେ ଯାହାକୁ ସ୍ୱପ୍ନରେ ଦେଖୁଛନ୍ତି । ସକାଳ ହେବା ପୂର୍ବରୁ ତାକୁ ଆଇନରେ ପରିଣତ କରି ପାରୁଛନ୍ତି । ଅବଶ୍ୟ ମୋଦିଙ୍କ ଦାଦାଗିରି ପଛରେ ଲୋକସଭାର ୩୦୩ ବିଜେପି ସାଂସଦଙ୍କର ଦୃଢ଼ ସମର୍ଥନ ରହିଛି ।

ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ସହଯୋଗୀ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିବା ପାଇଁ ଗଠିତ ତିନିଜଣିଆ କମିଟିରୁ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ବାଦ ଦିଆଯାଇଛି । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେପରେ ସଂପୃକ୍ତ କମିଟି ଅଖଣ୍ଡ କ୍ଷମତା ପାଇଯାଇଛି ।

ନବଗଠିତ କମିଟିରେ ବିରୋଧୀ ଦଳ ନେତା କେବଳ ନାମକୁ ମାତ୍ର ହୋଇ ରହିବେ । କମିଟିର ୨-୧ ଭୋଟ ବ୍ୟବଧାନରେ ପ୍ରଧାନମନ୍ତ୍ରୀ ଆପଣା ମର୍ଜି ଚଳାଇବେ ।

ଏମିତି ଏକ କମିଟି ଉପରେ ନିର୍ଭରଶୀଳ ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ସହଯୋଗୀ କମିଶନରଙ୍କ ନିକଟରୁ ନିରପେକ୍ଷତା ଆଶା କରିବା ବୃଥା । ସଂକ୍ଷେପରେ କହିଲେ, ନିର୍ବାଚନ ଆୟୋଗ ଆଉ ନିରପେକ୍ଷ ହୋଇ ରହିନାହିଁ । ଏମିତି ଏକ ଦୁର୍ବଳ ନିର୍ବାଚନ କମିଶନ ଉପରେ ଭରସା କରି ଭୋଟ ଦେବା କେତେଦୂର ଠିକ ହେବ; ତା’ର ବିଚାର ଆପଣମାନେ କରନ୍ତୁ ।