ଓଧ ସଙ୍ଗେ ଭୁଆ ବାଇ: ବିଜେଡି ପାଇଁ ଭୋଟ ମାଗୁଛନ୍ତି ମହାପ୍ରଭୁ ଜଗନ୍ନାଥ

ସତେ ଯେମିତି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଛି ଶ୍ରୀମନ୍ଦିର ଚାରିପଟେ ସୁରୁଖୁରୁରେ ପରିକ୍ରମା କରିବା ପାଇଁ ମାମୁଲି ପ୍ରକଳ୍ପଟିଏ ତାପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଗଜପତି ମହାରାଜା ମଧ୍ୟ ବାଇ ହୋଇ ବ୍ରାହ୍ମଣବରଣ କରୁଛନ୍ତି

କେବଳ ଗଜପତି ମହାରାଜା ନୁହନ୍ତି, ରାଜ୍ୟର ପ୍ରତ୍ୟେକ ପରିବାର ଏଭଳି ଭାବେ ମାତି ଉଠିଛନ୍ତି ସତେ ଯେମିତି ପୂର୍ବରୁ କେବେ ସେମାନେ ମହାପ୍ରଭୁ ଜଗନ୍ନାଥ, ବଳିଆର ଭୁଜ ବଳଭଦ୍ର ମାସୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରିନାହାନ୍ତି

ପିଲାଦିନରୁ ମୁଁ ମୋ ଘରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ମାସୁଭଦ୍ରାଙ୍କ ଫଟୋ ପୂଜା କରିଆସୁଛି

ସେମାନେ ପ୍ରତି ଓଡ଼ିଆଙ୍କ ମନପ୍ରାଣ ଶରୀରରେ ଚତୁର୍ଦ୍ଧାମୁରତି ବାସ କରୁଛନ୍ତି ସେମାନଙ୍କ ଦୁଃଖଦୁର୍ଦ୍ଦଶାକୁ ଦୂର କରିବା ଆଳରେ ରାଜକୋଷରୁ କୋଟିକୋଟି ଟଙ୍କା ଲୁଟ ଚାଲିଛି

କେବଳ ମାତ୍ର ଭୋଟ ଖଣ୍ଡିଏ ପାଇବା ପାଇଁ ରାଜ୍ୟରେ ମାଗଣା ଚାଉଳ, କାଳିଆ ଟଙ୍କା, ଛତା, ଜୋତା, କମ୍ବଳ ବିତରଣ କରାଯାଉଛି ଲୋକଙ୍କ ମୁହଁକୁ ଲାଜ ଲାଗୁନି ଯେ ସେମାନେ ବିଜେଡିର ଲୋକ ଦେଖାଣିଆ ଜଗନ୍ନାଥ ଯାତରାରେ ମାତି ଯାଉଛନ୍ତି

ମହାପ୍ରଭୁ ଜଗନ୍ନାଥଙ୍କ ପୋଷ୍ଟର ଟାଟା ଏସି ଗାଡ଼ିରେ ଲଗାଇ କାମଧନ୍ଦା ଛାଡ଼ି ମାମାଉସୀମାନେ ବିଜେଡି କର୍ମୀଙ୍କ ସାଙ୍ଗରେ ନାଚିଗାଇ ରାସ୍ତା କମ୍ପାଉଛନ୍ତି ଏମିତି ନାଟକବାଜିରେ ଗରିବଙ୍କ ଦୁଃଖ ଦୂର ହୋଇଯିବ

ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଜଗନ୍ନାଥଙ୍କ ରଥ ଆଳରେ ଟାଟା ଏସି ବୁଲୁଛି

ଏମିତି ଅଭିନୟ କରି ବିଜେଡି ମୁଖିଆ ପୁଣି ବର୍ଷ ପାଇଁ ଚଉକିରେ ବସିବାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟର ସାଢେ଼ କୋଟି ୩୦ ଲକ୍ଷ ଭୋଟରଙ୍କୁ ଭାଲୁ ଲାଞ୍ଜ ଧରାଇ ଦିଆଯାଇଛି ପ୍ରତି ଘର ଆଗରେ ରାସ୍ତା ଉପରେ ଜଗନ୍ନାଥଙ୍କ ଛବି ଆଙ୍କି ତାକୁ ପାଦରେ ମାଡ଼ିଚାଲ ଏମିତି ଓଧ ସଙ୍ଗେ ଭୁଆ ଭଳି ବାଇ ହୋଇ ମୁଖ୍ୟମନ୍ତ୍ରୀଙ୍କ କଥାରେ କାଉକୁ କୋଇଲି କହି ଆପଣା ମନକୁ ବୁଝାଇ ଚାଲିଥାଅ

ଦର୍ଶକମାନଙ୍କ ମନକୁ ବାଧିଲା ଭଳି କଥା କହିବା ଆମର ମୂଳ ଉଦ୍ଦେଶ୍ୟ ନୁହେଁ ଆମ ମତରେ ବିଜେଡିର ଭୋଟ ଯାତରାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଲଗାଇ ଦିଆଯାଇଛି, ତାକୁ ଦେଖି ରାଜ୍ୟର କୋଉ ବୁଦ୍ଧିଜୀବୀ ପ୍ରତିବାଦ କରୁନାହାନ୍ତି ୟାଠାରୁ ଦୁଃଖର ବିଷୟ ଆଉ ହୋଇପାରେ? ଗରିବ ଲୋକଟିଏ ପେଟ ପାଇଁ ବିଜେଡିର ଭୋଟ ନାଟକୁ ଆଦରି ନେଇଛି ହେଲେ ରାଜ୍ୟର ବୁଦ୍ଧିଜୀବୀମାନେ ବିଜେଡିର ଭୋଟ ନାଟକୁ ଆଖିରେ ଦେଖି ନିରବ ରହିବା ଆମକୁ ବାଧୁଛି ଆମେ ଭୁଲ କହୁଥିଲେ ଆମକୁ ଗାଳି ଦିଅନ୍ତୁ, ଧର୍ମଦ୍ରୋହୀ କୁହନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କୁ ଭୋଟ ମାଗିବା କାମରେ ଲଗାଇ ବିଜେଡି କିଛି ଠିକ କରିନି