କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର ପଂଚାୟତ ର ନୂଆଖମଣ ଗ୍ରାମ ଢ଼ୀପା ସାହି ନିକଟରେ ହୋଇ ଥିବା ହତ୍ୟା କାଣ୍ଡ ଘଟଣା ସବୁଆଡେ ଚର୍ଚ୍ଚା ର ବିଷୟ ହୋଇ ଥିବା ବେଳେ ପୁଅ ମାଡ ରେ ବାପା ମୃତ ହୋଇ ଥିବା ବେଳେ ଏହି ଖବର ପୁଣି ଚର୍ଚ୍ଚା ର ବିଷୟ ହୋଇଛି ।
ବାପା ପୂର୍ଣ୍ଣ ଚନ୍ଦ୍ର ମୁଣ୍ଡା ଙ୍କୁ ପୁଅ ଶ୍ରୀକାନ୍ତ ମୁଣ୍ଡା ଏକ ଠେଙ୍ଗା ରେ ନିଶା ଶକ୍ତ ଅବସ୍ଥା ରେ ବାରମ୍ବାର ଛାତି କୁ ପ୍ରହାର କରିବା ଫଳରେ ଘଟଣା ସ୍ଥଳରେ ଟଳି ପଡି ଥିଲେ। ଶ୍ରୀକାନ୍ତ ମୃତ୍ୟୁ ହୋଇ ଥିବା ଜାଣି ନିଜେ ତୁରୁମୁଙ୍ଗା ଥାନାରେ ଆତ୍ମ ସମର୍ପଣ କରିବା ସହିତ ଘଟଣା ବିଷୟରେ ଜଣାଇବା ପରେ ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଏବଂ ସଵ ଇନ୍ସପେକଟର ସୁରେଶ ସାହୁ ଘଟଣା ସ୍ଥଳରେ ପହଂଚିବା ସହିତ ଚମ୍ପୁଆ ଏସ ଡି ପି ଓ ରଶ୍ମି ରଞ୍ଜନ ସାହୁ ଓ ସାଇଣ୍ଟିଫିକ ଟିମ ପହଂଚି ଅଭିଯୁକ୍ତ କୁ ସିନ ରି କ୍ରିଏସନ କରି ତଦନ୍ତ ଠିକ ଦିଗରେ କରି ଏହି ଘଟଣା ରେ ବହୁ ମଧ୍ୟ ଜଡିତ ଥିବା ଜଣା ଯାଇ ଥିଲା । ତଦନ୍ତ ପରେ ମୃତ ଦେହ କୁ ବ୍ୟବଛେଦ ପାଇଁ ପଠା ଯାଇ ପୁଅ ବହୁ କୁ ଗିରଫ କରି କେନ୍ଦୁଝର କୋୖର୍ଟ ଚାଲାଣ କରା ଯାଇଥିଲା । କେନ୍ଦୁଝର ରୁ ଅଞ୍ଜନ ରଣା ଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।