160×600
160×600

ମୋବାଇଲ ଦେଖିବାକୁ ଦେଲାନି ବୋଲି ସ୍ୱାମୀକୁ ହାଣିଦେଲା ସ୍ତ୍ରୀ

ବଲାଙ୍ଗୀର :  ସାମାନ୍ୟ ମୋବାଇଲ ପାଇଁ ସ୍ୱାମୀଙ୍କୁ ପନିକିରେ ଆକ୍ରମଣ କରିଛି ସ୍ତ୍ରୀ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା କେସେରକେଲା ଗାଁରେ । ଗତ ଛଅ ବର୍ଷ ତଳେ କେଷେରକେଲା ଗାଁର ଗଣେଶ୍ୱର ସୁନା ଛତିଶଗଡ ବିଳାସପୁରର ଈଶ୍ୱରୀ କୁମାରୀଙ୍କୁ ବିବାହ ହୋଇଥିଲା । ସେମାନଙ୍କର ଚାରି ବର୍ଷର ଝିଅ ରହିଛି ।

ଆହତ ଗଣେଶ୍ୱର ସୁନାଙ୍କ କହିବାନୁଯାୟୀ, ଗତକାଲି ତାଙ୍କୁ ମୋବାଇଲ ମାଗିଥିଲେ ସ୍ତ୍ରୀ ଈଶ୍ୱରୀ । କିନ୍ତୁ ଇଣ୍ଟରନେଟ ପ୍ୟାକ ଶେଷ ହୋଇଯିବ କହି ସ୍ତ୍ରୀକୁ ମୋବାଇଲ ଦେଇନଥିଲେ ଗଣେଶ୍ୱର । ଫଳରେ ବିଳମ୍ବିତ ରାତିରେ ସ୍ୱାମୀ ଶୋଇଥିବା ଅବସ୍ଥାରେ ହାଠାତ ଈଶ୍ୱରୀ ପନିକି ଆଣି ଗଣେଶ୍ୱରଙ୍କ ମୁଣ୍ଡରେ ଆକ୍ରମଣ କରିଥବା ଅଭିଯୋଗ ହୋଇଛି ।