ମିରଟ: ମହିଳା ଏବଂ ତାଙ୍କ ସାଥୀ ମିଳିତ ଭାବେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲେ । ଏବଂ ତାଙ୍କ ଶରୀରର କିଛି ଅଂଶକୁ ସିମେଣ୍ଟ ଭର୍ତ୍ତି ଡ୍ରମରେ ସିଲ୍ କରିଦେଇଥିଲେ ।
ଘଟଣାଟି ଉତ୍ତର ପ୍ରଦେଶର ଇନ୍ଦିରାନଗରରୁ ରିପୋର୍ଟ ହୋଇଛି । ମିରଟ ସିଟି ଏସ୍ପି ଆୟୁଷ ବିକ୍ରମ ସିଂହଙ୍କ ଅନୁଯାୟୀ, ଅଭିଯୁକ୍ତଙ୍କୁ ମୁସ୍କାନ ଏବଂ ସାହିଲ ଭାବରେ ଚିହ୍ନଟ କରାଯାଇଛି । “ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିବା ସୌରଭ ରାଜପୁତ ନାମକ ଜଣେ ବ୍ୟକ୍ତି ମାର୍ଚ୍ଚ ୪ ତାରିଖରେ ଘରକୁ ଆସିଥିଲେ ଏବଂ ସେବେଠାରୁ ନିଖୋଜ ଥିଲେ । ସେ ଆହୁରି କହିଛନ୍ତି ଯେ ସନ୍ଦେହ ଆଧାରରେ ତାଙ୍କ ପତ୍ନୀ ମୁସ୍କାନ ଏବଂ ତାଙ୍କ ସାଥୀ ସାହିଲଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା ।
“ପଚରାଉଚରା ସମୟରେ ସାହିଲ ସ୍ୱୀକାର କରିଥିଲେ ଯେ ମାର୍ଚ୍ଚ ୪ ତାରିଖରେ ସେ ଏବଂ ମୁସ୍କାନ ସୌରଭଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ । ସେମାନେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଏକ ଡ୍ରମରେ ରଖି ସିମେଣ୍ଟରେ ସିଲ୍ କରିଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି,” । ପୋଲିସ କହିଛି ଯେ ଅଭିଯୁକ୍ତ ସାହିଲ ଏବଂ ମୁସ୍କାନଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି । ଅଧିକ ତଦନ୍ତ ଜାରି ରହିଛି ।