‘କାଇଜର୍‌-ଇ-ହିନ୍ଦ୍‌’

ସାଧାରଣତଃ ଆମେମାନେ ଜାନୁଆରୀ ପହିଲାକୁ ଇଂରାଜୀ ନବବର୍ଷ ଭାବେ ମନାଇଥାଉ। ମାତ୍ର ଏହିଦିନଟି ଆମ ଭାରତ ଓ ଭାରତୀୟଙ୍କୁ ଆଉ ଗୋଟିଏ ପରିଚୟ ଦେଇଥିଲା। ଆଜକୁ ପ୍ରାୟ ୧୩୮ ବର୍ଷ ପୂର୍ବେ ଆଜିର ଦିନରେ ବ୍ରିଟେନର ମହାରାଣୀ ଭିକ୍ଟୋରିଆ ଔପଚାରିକ ଭାବେ ନିଜକୁ ଭାରତର ସାମ୍ରାଜ୍ଞୀ ରୂପେ ଘୋଷଣା କରିଥିଲେ। ଆପଣମାନେ ଠିକ ବୁଝିପାରିଛନ୍ତି। ସେଦିନ ଥିଲା ୧୮୮୭ ମସିହା ଜାନୁଆରୀ ପହିଲା। ସୁଦୂର ବ୍ରିଟେନରୁ ପ୍ରାୟ ୪୦୦୦ ମାଇଲ ଦୂର ଆସି ପହଂଚିଥିଲେ ମହାରାଣୀ ଭିକ୍ଟୋରିଆ। ଇଂରାଜୀ ନବବର୍ଷ ପାଳନ ଅବସରରେ ଏକ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ବଛା ବଛା ଭାରତୀୟ ରାଜାଙ୍କ ଉପସ୍ଥିତିରେ ମହାରାଣୀ ଭିକ୍ଟୋରିଆଙ୍କୁ ‘କାଇଜର-ଇ-ହିନ୍ଦ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ଯାହାର ଅର୍ଥ ଥିଲା ‘ଭାରତର ସାମ୍ରାଜ୍ଞୀ’। ଏଇଠି ଗୋଟିଏ କଥା ଜଣାଇ ଦିଆଯାଉଛି, ମହାରାଣୀ ଭିକ୍ଟୋରିଆଙ୍କୁ ଅନୌପଚାରିକ ଭାବେ ଭାରତର ସାମ୍ରାଜ୍ଞୀ ବା କାଇଜର-ଇ-ହିନ୍ଦ ରୂପେ ଘୋଷଣା କରାଯାଇଥିଲା ୧୮୭୬ ମେ’ ପହିଲା ଦିନ। ବର୍ଷାରମ୍ଭରେ ରାଜ୍ୟାଭିଷେକ ନିୟମ ଥିବା ଦୃଷ୍ଟିରୁ ବିଧି ମୁତାବକ ରାଜ୍ୟାଭିଷେକ କରାଗଲା ୧୮୮୭ ଜାନୁଆରୀ ପହିଲା ଦିନ।