‘ପାଦେ ଆକାଶ’ ପ୍ରଦର୍ଶିତ

ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ କ୍ରମେ ରାଜ୍ୟ …..

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ କ୍ରମେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍‌ ସେଂଟରଠାରେ ଭିନ୍ନକ୍ଷମ ସଶକ୍ତିକରଣର ବାର୍ତା ବହନ କରୁଥିବା ଓଡ଼ିଆ ଚଳଚ୍ଚିତ୍ର ‘ପାଦେ ଆକାଶ’ର ସ୍ୱତନ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।

ତରଙ୍ଗ ସିନେ ପ୍ରଡକ୍ସନ ପ୍ରଯୋଜିତ ଓ ବିଶିଷ୍ଟ ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ନାରୀଶକ୍ତି ପୁରସ୍କାରପ୍ରାପ୍ତ ତଥା ଅନୁଷ୍ଠାନ ‘ସ୍ୱାଭିମାନ’ର ପ୍ରତିଷ୍ଠାତା ଡଃ ଶ୍ରୁତି ମହାପାତ୍ରଙ୍କ ପ୍ରେରଣାଦାୟୀ ଜୀବନୀ ଉପରେ ଆଧାରିତ। ଜୀବନର ସଂଘର୍ଷ ଓ ଅନ୍ୟାନ୍ୟ ଇଚ୍ଛାଶକ୍ତି ବଳରେ କିଭଳି ବାଧାବିଘ୍ନକୁ ଅତିକ୍ରମ କରି ସଫଳତା ପାଇହେବ, ତାହା ଏହି ଚଳଚ୍ଚିତ୍ର ଅତି ନିଖୁଣ ଭାବେ ଚିତ୍ରଣ କରାଯାଇଛି।

ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଆର. ସନ୍ଥଗୋପାଳନ, ଡଃ ଶ୍ରୁତି ମହାପାତ୍ର ଏବଂ ତରଙ୍ଗ ସିନେ ପ୍ରଡକ୍ସନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରଯୋଜକ ଦେବିଦତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସଚିବାଳୟର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଚଳଚ୍ଚିତ୍ରଟିକୁ ପ୍ରଶଂସା କରିବା ସହ ଏହା ସମାଜ ପାଇଁ ଏକ ସକାରାତ୍ମକ ବାର୍ତା ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଥିଲେ।