ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର ଫାଷ୍ଟ ଲୁକ୍‌

ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି, ଯେଉଁଥିରେ ନାୟିକା ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି। ପୋଷ୍ଟର ଟି ସୁଦୃଶ୍ୟ ହେବା ସହ ଆକର୍ଷଣୀୟ ହୋଇପାରିଛି। ‘ରକ୍ତ ଗୋଲାପ ‘ର କାହାଣୀରେ ପ୍ରେମ, ରହସ୍ୟ ଓ ନାଟକୀୟତା ଭରି ରହିଥିବା ବେଳେ ଏହି ଚଳଚିତ୍ରର ପ୍ରଯୋଜନା କରିଛନ୍ତି ଅଶ୍ରୁଜିତ ମହାପାତ୍ର ଓ ଶୋଭନ ଦାସ। ନିର୍ଦ୍ଦେଶନା ଦେଇଛନ୍ତି ଶିଶିର କୁମାର ସାହୁ ଓ ପିନାକୀ ସିଂ। ପ୍ରେମ ଓ ତ୍ୟାଗର ମହନୀୟତା ସାଥିରେ ନ୍ୟାୟିକ ଲଢେଇ ଉପରେ ପର୍ଯ୍ୟବସିତ ଏହାର କାହାଣୀ। ଜଣେ ନାରୀ କିଭଳି ନିଜ ପରିବାରର ସୁରକ୍ଷା ପାଇଁ ଏକ ବଡ ଆହ୍ୱାନକୁ ଗ୍ରହଣ କରିନିଏ ଏଥିରେ ତାର ନିଛକ ଅବତାରଣା ରହିଛି।

ଏଲିନାଙ୍କ ବ୍ୟତୀତ ଅଭିଷେକ ଗିରି, ସମରେଶ ରାଉତରାୟ, ଚୌଧୁରୀ ଜୟପ୍ରକାଶ ଦାସ, ହର ରଥ ଓ ଉଦିତ ଗୁରୁଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ‘ରକ୍ତ ଗୋଲାପ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ ପ୍ରଧାନ।