ହସ୍ପିଟାଲରେ ଅଭିନେତା ଶୈଫ ଅଲ୍ଲୀ ଖାନ
ମୁମ୍ବାଇ: ସୋମବାର ଦିନ ଅଭିନେତା ଶୈଫ ଅଲ୍ଲୀ ଖାନ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲକୁ ଯାଇଛନ୍ତି । ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସେ କିଛିଦିନ ପାଇଁ ଡାକ୍ତରଖାନାରେ ରହିବାକୁ ନିଷ୍ପତି ନେଇଛନ୍ତି । ଶୈଫଙ୍କ ପତ୍ନୀ କରୀନା କପୁର ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତ ମାସରେ ଶୈଫଙ୍କୁ ‘କଫି ୱିଥ୍ କରନ୍’ରେ ଦେଖିବାକୁ ମିଳିଥିଲା । ୨୦୧୨ରେ କରୀନାଙ୍କୁ ଶୈଫ୍ ବିବାହ କରିଥିଲେ ।
ସ୍ୱାମୀଙ୍କ ସୁନ୍ଦର ସୁଗଠିତ ଶରୀର ପ୍ରତି କରୀନା ବେଶ ଯତ୍ନଶୀଳା । କରୀନାଙ୍କୁ ବିବାହ କରି ଶୈଫ ଭାରି ଖୁସି । କରୀନାଙ୍କ ପୂର୍ବରୁ ଶୈଫ ତାଙ୍କ ବୟସ ଠାରୁ ୧୨ ବର୍ଷ ବଡ଼ ଅମ୍ରିତା ସିଂଙ୍କୁ ବିବାହ କରିଥିଲେ । ମା’ବାପାଙ୍କ ଅଜାଣତରେ ଅମ୍ରିତାଙ୍କୁ ବିବାହ କରିବା ମସ୍ତବଡ଼ ଭୁଲ ଥିଲା । ଅମ୍ରିତାଙ୍କ ଆଡୁ ଶୈଫଙ୍କର ଝିଅ ସାରା ଅଲ୍ଲୀ ଖାନ ଓ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଅଛନ୍ତି ।