ଭାରତ-ଇଂଲଣ୍ଡ ଦୁଇଟି ଟେଷ୍ଟ ଖେଳିବେନି ବିରାଟ

ନୂଆଦିଲ୍ଲୀ: ୫ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରୁ ପ୍ରଥମ ଦୁଇଟି ଟେଷ୍ଟ ଖେଳିବେନି କ୍ରିକେଟର ବିରାଟ କୋହଲି । ବ୍ୟକ୍ତିଗତ କାରଣରୁ ବିରାଟ ଇଂଲଣ୍ଡ ବିରୋଧରେ ଭାଇଜାଗ ଓ ହାଇଦ୍ରାବାଦ ଟେଷ୍ଟ ଖେଳି ପାରିବେ ନାହିଁ ବୋଲି ବିସିସିଆଇକୁ ଲିଖିତ ଭାବେ ଜଣାଇଛନ୍ତି ।ବିରାଟଙ୍କ ଭଳି ଜଣେ ଦକ୍ଷ ଖେଳାଳିଙ୍କ ଅନୁପସ୍ଥିତିର ପ୍ରଭାବ ଦଳ ଉପରେ ପଡ଼ିବା ସ୍ୱାଭାବିକ । ମାତ୍ର ବିରାଟଙ୍କ ନିଷ୍ପତିକୁ ସମ୍ମାନ ଦେଇ ବିସିସିଆଇକୁ ବିକଳ୍ପ ଉପାୟ ବାହାର କରିବାକୁ ପଡ଼ିବ ।

ୟା’ ପୂର୍ବରୁ ବିରାଟ ଆଫଗାନ୍‌ ବିପକ୍ଷରେ ଅନୁଷ୍ଠିତ ତିନିଟି ଟି-୨୦ ମ୍ୟାଚ୍‌ ଭିତରୁ ଗୋଟିଏ ଖେଳି ନଥିଲେ । ଚଳିତ ମାସ ପ୍ରଥମ ସପ୍ତାହରେ ବିସିସିଆଇ ପକ୍ଷରୁ ଇଂଲଣ୍ଡ ବିରୋଧରେ ଭାରତର ୧୬ ଜଣିଆ ସ୍ୱାଡ୍‌ ନାମ ଘୋଷଣା କରିଥିଲା ।