୧୨ ବର୍ଷ ପରେ ପତ୍ନୀଙ୍କ କବଳରୁ ଖସିଲେ ହନି

ର‍୍ୟାପର ସିଙ୍ଗର୍‌ ହନି ସିଂ ଏବେ ଭାରି ଖୁସି । ଦୀର୍ଘ ୧୨ ବର୍ଷ ଧରି ପତ୍ନୀ ଶାଳିନୀଙ୍କ ସହ ତାଙ୍କର ସଂପର୍କରେ ଭଟ୍ଟା ପଡ଼ିଛି । ଦିଲ୍ଲୀର ପାରିବାରିକ ଅଦାଲତ ସେମାନଙ୍କ ଛାଡ଼ପତ୍ରକୁ ମଞ୍ଜୁର କରିଛନ୍ତି । ପତି-ପତ୍ନୀଙ୍କ ଭିତରେ ଅଢେ଼ଇ ବର୍ଷ ଧରି ବିବାଦ ଚାଲିଥିଲା । ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ଚାହୁଁଥିଲେ ।

ଗଣମାଧ୍ୟମ ଆଗରେ ଶାଳିନୀ କହିଛନ୍ତି, ସେ ଦୀର୍ଘ ୧୨ ବର୍ଷ ଧରି ଭୟ ବାତାବରଣ ଭିତରେ ବଂଚୁଥିଲେ । ଏବେ ସ୍ୱାଧିନ ଆକାଶରେ ମୁକ୍ତ ପକ୍ଷୀ । ହନିଙ୍କୁ ବିବାହ କରିବା ପରଠାରୁ ତାଙ୍କର ସ୍ୱାଧିନତା ଚାଲି ଯାଇଥିଲା ।
ହନି ସିଂଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ କରିଥିଲେ ଶାଳିନୀ ତଲୱାର ।

ଛାଡ଼ପତ୍ର ମଞ୍ଜୁର କରିବା ପୂର୍ବରୁ ଅଦାଲତ ହନିଙ୍କୁ ଶେଷଥର ପାଇଁ ପଚାରିଥିଲେ ଯେ ସେ ଏବେ ପତ୍ନୀଙ୍କ ସହିତ ଜୀବନ ବିତାଇବାକୁ ଚାହୁଁଛନ୍ତି କି? ଜବାବରେ ହନି କହିଥିଲେ, ଏବେ ଏକାଠି ରହିବା ସମ୍ଭବ ନୁହେଁ । ହନିଙ୍କ ଜବାବକୁ ଦୃଢ଼ ସମର୍ଥନ କରିଥିଲେ ଶାଳିନୀ।