ଅକ୍ଷୟଙ୍କ ‘ସୂର୍ଯ୍ୟବଂଶୀ’ଦୀପାବଳୀରେ ରିଲିଜ ହେବ

ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଦୀପାବଳୀରେ ରିଲିଜ ହେବ। ସୂଚନା ମିଳିଛି । ଏହି ବଡ଼ ବଜେଟ୍ ଆକ୍ସନ ମୁଭିରେ ଅକ୍ଷୟଙ୍କ ସମେତ କ୍ୟାଟ୍ରିନା କୈଫ, ଜ୍ୟାକି ଶ୍ରୋଫ, ନିକେତନ ଧୀର ଓ ଜାଭେଦ ଜାଫରୀ ଭଳି କଳାକାର ନଜର ଆସିବେ। ଫିଲ୍ମରେ ଅକ୍ଷୟଙ୍କୁ ଡିସିପି ବୀର ସୂର୍ଯ୍ୟବଂଶୀ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ଅଜୟ ଦେବଗନ ଓ ରଣବୀର ସିଂ ମଧ୍ୟ କେମିଓ କରିଛନ୍ତି। ଗତବର୍ଷ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବାବେଳେ ଏହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ସରକାର ଅକ୍ଟୋବର ୨୨ରୁ ମୁମ୍ବାଇରେ ଥିଏଟର ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ଏସଓପି କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି। ଥିଏଟର ଖୋଲିବା ଘୋଷଣା ପରେ ବଲିଉଡରେ ଖୁସିର ଲହରୀ ଖେଳିଯାଇଛି। ଆଉ ଥିଏଟରରେ ‘ସୂର୍ଯ୍ୟବଂଶୀ’ ରିଲିଜ କରିବାର ରୋହିତ ସେଟ୍ଟୀଙ୍କ ଦେଢ଼ ବର୍ଷର ଅପେକ୍ଷାର ଅନ୍ତ ଘଟିଛି।