OTTରେ ଡେବ୍ୟୁ କରିବେ ଅନନ୍ୟା ପାଣ୍ଡେ

ଏବେ ଆଉ ଏକ ପ୍ରୋଜେକ୍ଟରେ ସେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି…..

ମୁମ୍ବାଇ : ନିକଟରେ ବିଜୟ ଦେବରକୋଣ୍ଡାଙ୍କ ସହ ଫିଲ୍ମ ‘ଲାଇଗର୍‌’ରେ ନଜର ଆସିଥିଲେ ଅନନ୍ୟା ପାଣ୍ଡେ । ଏବେ ଆୟୁଷ୍ମାନ ଖୁରାନାଙ୍କ ସହ ‘ଡ୍ରିମ୍‌ ଗର୍ଲ-୨’ର ସୁଟିଂରେ ସେ ବ୍ୟସ୍ତ ଅଛନ୍ତି । ତାଙ୍କ ହାତରେ ଭଲ ପ୍ରୋଜେକ୍ଟର ଅଭାବ ନାହିଁ । ଏବେ ଆଉ ଏକ ପ୍ରୋଜେକ୍ଟରେ ସେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି ।

ଖୁବ୍‌ଶୀଘ୍ର ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ‘କଲ୍‌ ମି ବେ’ରେ ସେ ନଜର ଆସିବେ । ଏଥିରେ ସେ ଜଣେ ଅରବପତି ଫ୍ୟାଶନିଷ୍ଟା ଭୂମିକା ନିର୍ବାହ କରିବେ । ତାଙ୍କୁ ‘ବେ’ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମ ‘ଗେହରାଇୟାଁ’ରେ ଅନନ୍ୟା ଓଟିଟିରେ ନଜର ଆସିଥିଲେ।