ମୁମ୍ବାଇ: ରଣବୀର କପୁର ଓ ବବି ଦେଉଲ ଅଭିନୀତ ‘ଏନିମଲ’ ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ଅନ୍ୟ ଦିଗରୁ ଦେଖିଲେ, ଚଳଚ୍ଚିତ୍ରଟି ଧିରେ ଧିରେ ବିବାଦ ଭିତରକୁ ପ୍ରବେଶ କରୁଛି । ନିକଟରେ ‘ଏନିମଲ’ ସଂସଦ ଭିତରେ ଚହଳ ପକାଇଛି ।
ଜଣେ ମହିଳା ସାଂସଦ କହିଛନ୍ତି ଯେ ତାଙ୍କ ଝିଅଟି ଥିଏଟର ଭିତରେ ‘ଏନିମଲ’ ଦେଖିବା ପରେ କାନ୍ଦି କାନ୍ଦି ଘରକୁ ଫେରିଛି ।
ଚଳଚ୍ଚିିତ୍ରଟିରେ ଏଭଳି କିଛି ଛୋଟ ଛୋଟ ଦୃଶ୍ୟଗୁଡ଼ିକ ରହିଛି ଯାହା ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି । ଚଳଚ୍ଚିତ୍ରଟିର ସଂଳାପକୁ ଅଧିକାଂଶ ଦର୍ଶକ ନାପସନ୍ଦ କରିଛନ୍ତି ।ଅଭିନେତ୍ରୀ ମାନସୀ ତକ୍ଷକ (ଚଳଚ୍ଚିତ୍ରଟିରେ ବବି ଦେଓଲଙ୍କର ତୃତୀୟ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି)
କହିଛନ୍ତି; ବବିଙ୍କ ସହିତ ମୋର ଯୋଉ ମ୍ୟାରିଟାଲ ରେପ୍ ସିନ୍ ରହିଛି ତାକୁ ଦର୍ଶକମାନେ ଭିନ୍ନ ଅର୍ଥକୁ ନିଅନ୍ତୁ ନାହିଁ । ବବିଙ୍କ ଚରିତ୍ରଟି ମୋ’ ସହିତ କିଛି ଜବରଦସ୍ତି କରିନାହାନ୍ତି । ଯାହା କିଛି ଘଟିଛି, କୀଟାଣୁ ପ୍ରଭାବରୁ ଘଟିଛି ।