ଗୋଗାମେଡିଙ୍କ ହତ୍ୟା ଘଟଣାରେ ଗ୍ୟାଙ୍ଗଷ୍ଟର ଆନନ୍ଦପାଲ ଗୋଷ୍ଠୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ମାମଲା ଗୁରୁତ୍ୱପୂର୍ଣ୍ଣ ମୋଡ ନେଇଛି ।  ରାଜସ୍ଥାନର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଆନନ୍ଦପାଲ ସିଂଙ୍କ କନ୍ୟା ଚରଣଜିତ ସିଂ ଓରଫ ଚିନୁ ଓ ରୋହିତ ଗୋଦାରା ମିଶି ହତ୍ୟା

ଯୋଜନା କରିଥିବା ତଥ୍ୟ ସାମ୍ନାକୁ ଆସିଛି ।ପୁଲିସ କହିଛି ଯେ ରୋହିତ ଗୋଦାରା ଏବେ ଆନନ୍ଦପାଲ ଗ୍ୟାଙ୍ଗକୁ ପରିଚାଳନା କରୁଛି ।