ମୋଦୀଙ୍କ ଚେତାବନୀ: ଅଧୁଲିଟିଏ ସାଇତି ରଖି ପାରିବନି

ନୂଆଦିଲ୍ଲୀ: ଆଲମାରିରେ ଥାକଥାକ ବିଡ଼ାବିଡ଼ା ୫୦୦ ଟଙ୍କିଆ ନୋଟ । ତା’ରି ଭିତରେ ରହିଛି ୨୦୦ ଟଙ୍କିଆ ନୋଟ ବଣ୍ଡିଲ ।ପ୍ରଥମେ ଲାଗୁଥିଲା, ଆୟକର ବିଭାଗ କୌଣସି ବ୍ୟାଙ୍କ ଭିତରେ ପଶିଛି । ମାତ୍ର ପରେ ଜଣାପଡ଼ିଲା ଯେ ଆୟକର ବିଭାଗ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଘରେ ପଶିଛି ।

ଝାଡ଼ଖଣ୍ଡରୁ ରାଜସସଭାକୁ ଯାଇଥିବା ଧୀରଜ ସାହୁଙ୍କ ସହିତ ବିଜେଡିର ବହୁ ନେତାଙ୍କ ସହିତ ଘନିଷ୍ଠ ସଂପର୍କ ରହିଛି ବୋଲି ରାଜ୍ୟ ବିଜେପି ଅଭିଯୋଗ କରୁଛି ଗତ ତିନିଦିନ ଧରି ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି ।

ଆୟକର ହାତରେ ନଗଦ ୨୧୦ କୋଟିରୁ ଅଧିକ ଟଙ୍କା ମିଳିଛି । ଟଙ୍କା ଗଣିବା କାମରେ ୮ଟି ଏଟିଏମ ବ୍ୟବହାର କରାଯାଇଛି । ଗୋଟିଏ କି ଦୁଇଟି ନୁହେଁ; ୩୦ଟି ଆଲମିରାରେ ଟଙ୍କା ବିଡ଼ା ରହିଛି ।
ଚଢ଼ଉ ଶେଷ ହୋଇନି ବୋଲି କହିଛନ୍ତି ଆୟକର ଅଧିକାରୀ । ଆଗାମୀ ଦିନରେ ଆହୁରି କିଛି ଧମାକାଦାର ଖବର ସାମ୍ନାକୁ ଆସିବାର ରହିଛି ।