ସୂର୍ଯ୍ୟ’ର ପ୍ରଥମ ଛବି ପଠାଇଲା ଆଦିତ୍ୟ-ଏଲ-୧

ଆଦିତ୍ୟ-ଏଲ-୧ ମିଶନର ସଫଳତା ପ୍ରମାଣିତ ହୋଇଛି । ଉପଗ୍ରହଟିରେ ଖଞ୍ଜା ଯାଇଥିବା ସୋଲାର ଅଲଟ୍ରା ଭାଓଲେଟ୍‌ ଇମେଜିଂ ଟେଲିସ୍କୋପ ପ୍ରଥମ ଥର ପାଇଁ ସୂର୍ଯ୍ୟର ପୂର୍ଣ୍ଣ ଚିତ୍ର ଉଠାଇ ପୃଥିବୀକୁ ପଠାଇଛି ।

ସବୁ ଛବିଗୁଡ଼ିକ ୨୦୦ରୁ ୪୦୦ ୱେବ୍‌ ଲେଂଥ୍‌ । ଆମକୁ ଉଜ୍ଜ୍ୱଳ ଦିଶୁଥିବା ସୂର୍ଯ୍ୟଟି ମହାକାଶରେ ଭିନ୍ନ ଭିନ୍ନ ୧୧ଟି ରଙ୍ଗର ଅବତାର ଧାରଣ କରୁଛି । ଆଦିତ୍ୟ ଏଲ-୧ର ସୁଟ୍‌ ପେଲୋଡକୁ ୨୦୨୩ ନଭେମ୍ବର ୨୦ ତାରିଖରେ ଅନ୍‌ କରାଯାଇଥିଲା ।

ଟେଲିସ୍କୋପରେ ସୂର୍ଯ୍ୟର ଫୋଟୋସ୍ଫେୟର ଓ କ୍ରୋମୋସ୍ଫେୟର ଛବି ଉଠାଯାଇଛି । ଡିସେମ୍ବର ୬ ତାରିଖ ଦିନ ସୂର୍ଯ୍ୟର ପ୍ରଥମ ଛବି ଉଠାଯାଇଥିଲା । ଉକ୍ତ ଛବି ଜରିଆରେ ମହାକାଶ ବିଜ୍ଞାନୀମାନେ ସୂର୍ଯ୍ୟ ସଂପର୍କରେ ଅଧିକ ତଥ୍ୟ ଜାଣିବାକୁ ସକ୍ଷମ ହୋଇପାରିବେ।