ନୂଆଦିଲ୍ଲୀ : ବଲିଉଡ ଦବଙ୍ଗ ଅଭିନେତା ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ମୁମ୍ବାଇରେ ଏକ ଆଲିଶାନ ବଙ୍ଗଳା କିଣିଛନ୍ତି । ଏହି ବିଳାସପୂର୍ଣ୍ଣ ଘର ୧୦ କୋଟି ଟଙ୍କାରେ କିଣିଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ ଏହି ବିଳାସପୂର୍ଣ୍ଣ ଫ୍ଲାଟ ୧୭୫୦ ବର୍ଗଫୁଟ ରହିଛି ଓ ଏଥିରେ ୪ଟି କାର ପାଇଁ ପାର୍କିଂ ସ୍ଥାନ ରହିଛି ବୋଲି ଶୁଣିବାକୁ ମିଳୁଛି ।