ମୁଁ ଜଣେ ଏମିତି ଆତଙ୍କବାଦୀ ଯିଏ ସ୍କୁଲ ଓ ହସ୍ପିଟାଲ ତିଆରି କରୁଛି

ନୂଆଦିଲ୍ଲୀ : କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜରିୱାଲ କୁମାରଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ କୁମାର ବିଶ୍ୱାସ ଗୋଟିଏ ଦିନ ଗୀତ ଶୁଣାଇଲେ । ପ୍ରଧାନମନ୍ତ୍ରୀ ଏହା ଉପରେ ଧ୍ୟାନ ଦେଇଥିଲେ । ଏହାପରେ ବିଶ୍ୱାସ ତାଙ୍କୁ ଆତଙ୍କବାଦୀ କହିଥିଲେ । ଆତଙ୍କବାଦୀ କେବେ ବିକାଶ କଥା କୁହେ ନାହିଁ । ସେ ହେଉଛନ୍ତି ବିଶ୍ୱର ସବୁଠୁ ମିଠା ଆତଙ୍କବାଦୀ ଯିଏକି ପଞ୍ଜାବରେ ସ୍କୁଲ କଲେଜ ଓ ଭଲ ହସ୍ପିଟାଲ ତିଆରି କରିବ । ଶସ୍ତାରେ ବିଜୁଳି ଦେବ ଓ ରୋଜଗାର ଦେବ ।

ସେ ଆହୁରି କହିଛନ୍ତି ଯେ, ବିକାଶ କଥା କହୁଥିବା ଲୋକ କିଛି ଜଣଙ୍କୁ ଆତଙ୍କବାଦୀ ଭଳି ଦେଖାଯାଉଛି । ଯଦି ସେ ଆତଙ୍କବାଦୀ ତେବେ ତାଙ୍କୁ ଗିରଫ କଣ ପାଇଁ କରାଯାଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କେଜରିୱାଲ ପ୍ରଶ୍ନ କରିଛନ୍ତି ।