ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ

ଶ୍ରୀନଗର : ସୁରକ୍ଷାକର୍ମୀ ମାନଙ୍କୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି । ଫଳରେ ଏହି ଗ୍ରେନେଡ ବିସ୍ଫୋରଣ ହେବା ଫଳରେ ଆଖପାଖରେ ଥିବା ପ୍ରାୟ ଦୋକାନର କାଚ ଭାଙ୍ଗି ଯାଇଛି । ଏହି ସୂଚନା ପାଇ ଘଟଣାସ୍ଥଳରେ ଅନ୍ୟ ସୁରକ୍ଷାକର୍ମୀ ମାନେ ପହଞ୍ôଚ ସେଠାରେ ଆତଙ୍କବାଦୀମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚଳାଇଛି ।
ସୂଚନାରୁ ଜଣାପଡିଛି ଯେ, ଯେଉଁ ସମୟରେ ବଜାରରେ ଅଧିକ ଭିଡ଼ଥିଲା ସେହି ସମୟରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରି ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଫିଙ୍ଗା ଯାଇଥିବା ଗ୍ରେନେଡଟି ସେଠାରେ ଥିବା ଦୋକାନ ପାଖରେ ବିସ୍ଫୋରଣ ହୋଇଥିଲା । ଏହି ଗ୍ରେନେଡ ଆକ୍ରମଣରେ କେହି ଆହତ ହୋଇନଥିବା ଜଣାପଡିଛି ।