ପୁଣି ଆରମ୍ଭ ହେବ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ: ଦୀର୍ଘ ଦୁଇବର୍ଷରୁ ଅଧିକ ହେବ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା ଲାଗିଥିବା କୋଭିଡ-୧୯ କଟକଣାକୁ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ସରକାର ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଦେଶରେ ଦୀର୍ଘ ଦୁଇବର୍ଷରୁ ଅଧିକ ହେବ ଲାଗିଥିବା କଟକଣାକୁ ଖୁବ୍‌ ଶୀଘ୍ର ଶେଷ କରିବାକୁ ଯାଉଛନ୍ତି ।

ଏକ ରିପୋର୍ଟରୁ ପ୍ରକାଶ ଯେ, ସରକାର ଦେଶରେ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ପୁଣି ଥରେ ଆରମ୍ଭ କରିପାରନ୍ତି । ସୂଚନାଯୋଗ୍ୟ ଯେ, ଆସନ୍ତା ମାର୍ଚ୍ଚ ପହିଲାରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇପାରେ । କୋଭିଡ-୧୯ ସଂକ୍ରମଣ ଲାଗି ୨୦୨୦ରେ ସମସ୍ତ ପ୍ରକାରର ନିୟମିତ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି ।