ରାଷ୍ଟ୍ରୀୟ ମନ୍ଦିର ହେବ ରାମ ମନ୍ଦିର : ଯୋଗୀ

ଲକ୍ଷନଉ: ଉତ୍ତର ପ୍ରଦେଶରେ ଏକ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଯେଉଁ କୋଭିଡ ସଂକ୍ରମଣ ସମଗ୍ର ବିଶ୍ୱକୁ ଅଟକାଇଦେଲା ତାହା ରାମ ମନ୍ଦିର ରାସ୍ତାକୁ ଅଟକାଇ ପାରିଲାନି । ସେହିପରି ଆସନ୍ତାବର୍ଷ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ଅଯୋଧ୍ୟାରେ ନିର୍ମାଣ ହେବ ଓ ରାମ ମନ୍ଦିର ଭାରତର ରାଷ୍ଟ୍ରୀୟ ମନ୍ଦିର ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି କହିଛନ୍ତି ଯେ ଉତ୍ତରପ୍ରଦେଶରେ ଆମେ ଏପରି ସ୍ଥିତି କରିଦେଇଛୁ କି କୌଣସି ଗୁଣ୍ଡା ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବ ନାହିଁ । ସେହିପରି ଆମେ ଉତ୍ତରପ୍ରଦେଶର ପରିଚୟ ଖରାପ ହେବାକୁ ଦେବୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ।