ଜାଣିନି କ’ଣ ପାଇଁ କାଜୋଲଙ୍କୁ ବିବାହ କରିଛି: ଅଜୟ

ବଲିଉଡ୍‌ରେ ବହୁ ସେଲିବ୍ରିଟି ଦମ୍ପତି ଅଛନ୍ତି । କିନ୍ତୁ ସେମାନଙ୍କ ଭିତରୁ ଅଜୟ-କାଜୋଲ ସଂପୂର୍ଣ୍ଣ ଭିନ୍ନ । ଗଣମାଧ୍ୟମର ପ୍ରତିଟି ପ୍ରଶ୍ନର ଠିକଣା ଜବାବ ଦେବାରେ ଅଜୟ କେବେ ପଛକୁ ହଟିନାହାନ୍ତି । ବେଶ ସହଜ ସରଳ ଅନ୍ଦାଜରେ ସେ ତାଙ୍କର ବକ୍ତବ୍ୟ ରଖିଥାନ୍ତି । ରୂପେଲି ପରଦା ଜୀବନ ସହିତ ବୈବାହିକ ଜୀବନକୁ ଅଘୋଷିତ ବୁଝାମଣା ଭାବେ ଧରି ନେଇଛନ୍ତି ଅଜୟ ।

ଅନ୍ୟ ସେଲିବ୍ରିଟି ଦଂପତି ସାଧାରଣରେ ନାନା ହଇଚଇ ସୃଷ୍ଟି କରିଥାନ୍ତି । କିନ୍ତୁ ଅଜୟ-କାଜୋଲ ବାସ୍ତବ ଜୀବନରେ କେବେ ଦେଖେଇ ହୁଅନ୍ତିନି । ‘କ’ଣ ପାଇଁ ଆପଣ କାଜୋଲଙ୍କୁ ବିବାହ କଲେ’ ପ୍ରଶ୍ନର ଜବାବରେ ଅଜୟଙ୍କର ସଂକ୍ଷିପ୍ତ ଜବାବ ହେଲା, ଜାଣିନି । ଏ ଜବାବ ଅନେକଙ୍କୁ ଆଶ୍ଚର୍ଯ୍ୟ କଲା ।

ପ୍ରଶ୍ନକର୍ତାଙ୍କ ପ୍ରଶ୍ନିଳ ମୁହଁକୁ ଅନାଇ ଅଜୟ ଗଣମାଧ୍ୟମକୁ କହିଲେ, ସବୁ ଗତାନୁଗତିକ ଧାରାରେ ଚାଲିଛି । ସତ କହିଲେ ମୁଁ ନିଜେ ବି ଜାଣିନି କାହିଁକି କାଜୋଲଙ୍କୁ ବିବାହ କଲି । ଦୁହେଁ ଦୁହିଁଙ୍କୁ ଦେଖିଲୁ । କେହି କାହାକୁ ଆଇ ଲଭ୍‌ ୟୁ କହିନୁ । ଡେଟିଂରେ ଗଲୁ । ତା’ପରେ ବିବାହ । ସବୁ ଦାଂପତ୍ୟ ଜୀବନ । ସତ କହିଲେ, ଆମ ଦୁହିଁଙ୍କର ମନ ଓ ବଂଚିବାର କଳା ସବୁ ସମାନ ଭଳି ଲାଗିଲା । ଦୁଇଟି ମନ ପରସ୍ପରକୁ ଠିକ ଭାବରେ ବୁଝିପାରିଲେ ଦାଂପତ୍ୟ ଜୀବନ ସରସ ସୁନ୍ଦର ହୋଇଯାଏ । ଏଥିରେ ଅବୁଝା ରହିଲା କୋଉଠି?