ଦିଲ୍ଲୀ ମଦ ଦୁର୍ନୀତି: କେନ୍ଦ୍ର ଓ ଇଡିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଆଧାରରେ ଚାଲିଥିବା ତଥାକଥିତ ଟଙ୍କା ହେରଫେର ମାମଲାର ବିଚାର କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଇଡି ନିକଟରୁ ଜବାବ ସୁଆଲ କରିଛନ୍ତି । ଆମ୍‌ ଆଦ୍‌ମୀ ପାର୍ଟି ନେତା ସଂଜୟ ସିଂଙ୍କ ଗିରଫଦାରୀ ଓ ରିମାଣ୍ଡକୁ ଚାଲେଂଜ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏପରି ନୋଟିସ୍‌ ଜାରି କରିଛନ୍ତି ।

ଜଷ୍ଟିସ୍‌ ସଂଜୀବ ଖାନ୍ନା ଓ ଜଷ୍ଟିସ୍‌ ଏସବିଏନ୍‌ ଭଟ୍ଟିଙ୍କ ଖଣ୍ଡପୀଠ ପକ୍ଷରୁ ଜାରି କରାଯାଇଥିବା ନୋଟିସର ଜବାବ ଡିସେମ୍ବର ୧୧ ତାରିଖ ପୂର୍ବରୁ ଦେବେ ଇଡି ଓ ମୋଦୀ ସରକାର । ସଂଜୟ ସିଂଙ୍କ ନିୟମିତ ଜାମିନ ପାଇଁ ଆବେଦନ କଲେ ଦିଲ୍ଲୀ ହାଇକୋର୍ଟଙ୍କ ରାୟର ସ୍ୱତନ୍ତ୍ର ବିଚାର କରାଯିବ ।

ଅକ୍ଟୋବର ୪ ତାରିଖରେ ସଂଜୟଙ୍କୁ ଗିରଫ କରାଯାଇଥିଲା । ଇଡି ଗିରଫଦାରୀ ମାମଲାରେ ହସ୍ତକ୍ଷେପ କରିବା ପାଇଁ ମନା କରିବା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସଫା ସଫା ସ୍ପଷ୍ଟ କରିଥିଲେ ଯେ ଆବଶ୍ୟକ ସାକ୍ଷୀ ଅଭାବରୁ ତଦନ୍ତ ସଂସ୍ଥାର ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କୁହା ଯାଇପାରିବନି ।