ଅଯୋଗ୍ୟ ସ୍ୱାମୀ ଅଭିଷେକ ବଚ୍ଚନ
ନଭେମ୍ବର ପହିଲାରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ୫୦ତମ ଜନ୍ମଦିନ ଥିଲା । ଝିଅ ଆରାଧ୍ୟା ଓ ମା’ ବୃନ୍ଦାଙ୍କ ସହିତ ଐଶ୍ୱର୍ଯ୍ୟା ତାଙ୍କର ଜନ୍ମଦିନଟିକୁ ପାଳନ କରିବା ପାଇଁ ଏକ ଇଭେଂଟକୁ ଯାଇଥିଲେ । ଅଭିନେତ୍ରୀ ଐଶ୍ୱର୍ଯ୍ୟା ସେଠାରେ ଜନ୍ମଦିନ କେକ୍ କାଟିଲେ । ତାଙ୍କ ଜନ୍ମଦିନ ପାଳନ ଉତ୍ସବରେ ବଚ୍ଚନ ପରିବାର ସାମିଲ ହୋଇ ନଥିବାରୁ ପ୍ରଶଂସକମାନେ ଅସନ୍ତୁଷ୍ଟ ହେଲେ ।
ତେବେ ଅସନ୍ତୋଷଟା ସେତିକିବେଳେ ନିଅାଁ ରୂପ ନେଲା ଯେତେବେଳେ ସେମାନେ ଅଭିଷେକଙ୍କ ପୋଷ୍ଟ ଦେଖିବାକୁ ପାଇଲେ । ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଅଭିଷେକ ବଚ୍ଚନ ଗୋଟିଏ କଳାଧଳା ଫଟୋଟିଏ ସୋସିଆଲ ମିଡିଆରେ ସେୟାର କରିଥିଲେ ।
ଫଟୋ ତଳେ କେବଳ ‘ହାପି ବାର୍ଥ ଡେ’ ଲେଖାଥିଲା । ପ୍ରଶଂସକମାନେ ଅଭିଷେକଙ୍କଠାରୁ ଆଉ କିଛି ଅଧିକ ଶବ୍ଦ ଆଶା କରୁଥିଲେ । କିନ୍ତୁ ଅଭିଷେକଙ୍କ କଞ୍ଜୁସ ଦେଖି ପ୍ରଶଂସକମାନେ ରାଗିଗଲେ । ବିଗ ବି’ଙ୍କ ପାଖରେ ପତ୍ନୀ ଜୟାଙ୍କ ପାଇଁ ଲମ୍ବା ଚୌଡ଼ା ଶବ୍ଦ ଟୋକେଇ ଥିଲାବେଳେ ଅଭିଷେକଙ୍କ ପାଖରେ ସେଭଳି କିଛି ନାହିଁ ।
ପ୍ରଶଂସକମାନଙ୍କ ଭିତରୁ କିଛି କଟାକ୍ଷ କରି ଅଭିଷେକଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, ‘ଅଯୋଗ୍ୟ ପତିଙ୍କଠାରୁ ଆଉ କ’ଣ ଆଶା କରା ଯାଇପାରେ ।’