ଲାଂଚୁଆ ହୋଇଗଲେ ଇଡି ଅଧିକାରୀ

କଥାରେ ଅଛି, ଚୋରଙ୍କ ମେଳରେ ରହିଲେ ସାଧୁଟିଏ ମଧ୍ୟ ଚୋର ବୋଲାଇବ । ନିୟମିତ ଲାଂଚଖିଆ ଅଧିକାରୀଙ୍କ ସଂସ୍ପର୍ଶରେ ଆସୁଥିବା ଇଡି ଅଧିକାରୀଙ୍କ ଭିତରୁ ଦୁଇଜଣ ଲାଂଚ କବଳରେ ପଡ଼ି ହିନସ୍ତା ଭୋଗିଛନ୍ତି । ଜଣେ ବ୍ୟବସାୟୀଙ୍କୁ ମାମଲାରୁ ଖସାଇବା ପାଇଁ ୧୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ଦୁଇଜଣ ଇଡି (ପ୍ରବର୍ତନ ନିର୍ଦ୍ଦେଶାଳୟ) ଅଧିକାରୀଙ୍କୁ ଗିରଫ କରିଛି । ଗିରଫ ଇଡି ଅଧିକାରୀ ହେଉଛନ୍ତି ନୱାଲ କିଶୋର ମୀନା ଓ ବାବୁଲାଲ ମୀନା ।

ସାଧୁଙ୍କ ସଂସ୍ପର୍ଶରେ ଆସି ଚୋରଟିଏ ସାଧୁ ପାଲଟି ଯାଉଥିବା କଥା ଶୁଣିଥିଲୁ । ମାତ୍ର ଅସାଧୁ ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସି ଦୁଇଜଣ ଇଡି ଅଧିକାରୀ ଲାଂଚୁଆ ହୋଇଯିବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।