ଭଣଜାକୁ ଦେଖି ମରିବ କଂସ ମାମା

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶେଷଦିନ ଶ୍ରୀକୃଷ୍ଣଙ୍କ ହାତରେ ମରିବେ କଂସ ମହାରାଜ । ଏହିଦିନ କଂସ ଦରବାରରେ ଦର୍ଶକଙ୍କ ଭିଡ଼ ଜମିବ । କୃଷ୍ଣ ବଳରାମ ମଥୁରା ବୁଲୁଥିବେ ଓ ତା’ରି ଭିତରେ କିଛି ମହାବଳୀ ରାକ୍ଷସଙ୍କୁ ବଧ କରିବେ । ଅଷ୍ଟମଲ୍ଲଙ୍କୁ ମାରିବା ପରେ ଶିବଧନୁ ଭଗ୍ନ ଓ କଂସ ବଧ ଅନୁଷ୍ଠିତ ହେବ । ପରିଶେଷରେ ଉଗ୍ରସେନଙ୍କ ରାଜ୍ୟାଭିଷେକ । କଂସ ପ୍ରତାପରୁ ମୁକ୍ତ ହେବେ ମଥୁରାବାସୀ । ଦୀର୍ଘ ୧୧ ଦିନର ଯାତ୍ରାର ଯବନିକା ପରେ ସବୁ ଶୂନଶାନ୍‌ । ଆଉ ଶୁଣିବାକୁ ମିଳିବନି କଂସ ମାମାର ଅଟ୍ଟହାସ୍ୟ ହା ହା ହା ।

ବୁଧବାର କୃଷ୍ଣ ବଳରାମ ମଥୁରା ନଗରୀରେ ପହଂଚି ଯାଇଛନ୍ତି । ବରଗଡ଼ ସହରଟି କଂସର ମଥୁରା କଟକ ରୂପ ନେଇଛି । କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା ।