କୋଲକାତା : ଅଭିନେତ୍ରୀ ତଥା ସାଂସଦ ନୁସରତ ଜାହାଁ ବର୍ତ୍ତମାନ ତାଙ୍କ ପୁଅ ଓ ୟଶ ଦାସଗୁପ୍ତଙ୍କ ସହ ଦୀପାବଳି ପାଳନ କରୁଥିବା ଦେଖିବାକୁ ମିଳିଛି । ଏହି ଉତ୍ସବରେ ପ୍ରଥମ ଥର ନିଜ ପୁଅ ଇଶାନଙ୍କ ଫଟୋ ସେୟାର କରିଥିଲେ । କିଛି ଦିନ ପୂର୍ବରୁ ୟଶଦାସ ଗୁପ୍ତାଙ୍କ ଜନ୍ମଦିନ ପାଳନ କରୁଥିଲେ, ନୁସରତ ମଧ୍ୟ ଏକ କେକ୍ ସହିତ ଏକ କାହାଣୀ ଲେଖି ସେୟାର କରିଥିଲେ । ଯେଉଁଥିରେ ୟଶ ଦାସ ଏବଂ ସ୍ୱାମୀ ବୋଲି ଲେଖାଯାଇଥିଲା ।