କମିଲା ବସ ଭଡା

ଭୁବନେଶ୍ୱର : ରାଜ୍ୟରେ ଡିଜେଲ୍‌ ମୂଲ୍ୟ କମିବା ପରେ କମିଲା ବସ ଭଡା । ରାଜ୍ୟ ପରିବହନ ବିଭାଗ ବସ୍‌ ଭଡା କିଲୋମିଟର ପିଛା ୫ ପଇସା ହ୍ରାସ କରିଛି । ସାଧାରଣ ଓ ଏକ୍ସପ୍ରେସ ଭଡା କିଲୋମିଟର ପିଛା ୫ ପଇସା, ଡିଲକ୍ସ ଓ ଏସି ଡିଲକ୍ସ ଭଡା କିଲୋମିଟର ପିଛା ୧୦ ପଇସା କମିଛି । ଡିଜେଲ ଦର ହ୍ରାସ ପାଇବା ପରେ ବସ୍‌ଭଡା ହ୍ରାସ ନେଇ ପରିବହନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।